ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ଅଭିଭାବକ ସମ୍ମିଳନୀ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ମା ଘାଟି ଠାକୁରାଣୀ କଲ୍ୟାଣ ମଣ୍ଡପ, ଯୋଗିଆପଲ୍ଲୀ ଠାରେ ଶିଶୁର ସାମଗ୍ରିକ ବିକାଶରେ ଅଭିଭାବକମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ ଆଲୋଚନା ଚକ୍ରରେ ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡା  ବିଦ୍ୟାମନ୍ଦିରର ବାର୍ଷିକ ଯୋଜନା, ବିଦ୍ୟାଳୟର ଵିଧି ବ୍ୟବସ୍ଥା ଏବଂ ବିଦ୍ୟାମନ୍ଦିରର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ | ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗକଵି ତଥା ବିଶିଷ୍ଟ ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ଶିଶୁଙ୍କର ଶୈକ୍ଷିକ ବିକାଶରେ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହିତ ଅଭିଭାବକମାନେ ପ୍ରତିଦିନ ଶିଶୁଙ୍କ ସହ କିଛି ସମୟ ଅତିବାହିତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ | ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍ ରାଜେଶ ଷଢଙ୍ଗୀ ଯୋଗଦେଇ ଶିଶୁଙ୍କ ଶୈକ୍ଷିକ ବିକାଶ ସହିତ ନୈତିକ ଓ ଆବେଗିକ ଶିକ୍ଷା ଶିଶୁଙ୍କୁ  ସଂଯମୀ ଓ ଶୃଙ୍ଖଳିତ କରିବାରେ ସହାୟକ ହୋଇଥାଏ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ | ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଡ଼ୁକିଶୋର ପୃଷ୍ଟି ଯୋଗଦେଇ ଶିଶୁମନ୍ଦିରରର ବ୍ୟବସ୍ଥା ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥାଏ ବୋଲି ଅଭିମତ ପ୍ରଦାନ କରିବା ସହିତ ଅଭିଭାବକ ମାନଙ୍କୁ ଶିକ୍ଷା ଅଧିକାର ଆଇନ ଏବଂ ଜାତୀୟ ଶିକ୍ଷାନୀତି ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ | ଉକ୍ତ ଆଲୋଚନା ଚକ୍ରରେ ୧୫୦ ଜଣ ଅଭିଭାବକ ଉପସ୍ଥିତ ରହିଥିଲେ | ପରିଶେଷରେ ଗତ ଶିକ୍ଷାବର୍ଷରେ ବାର୍ଷିକ ପରୀକ୍ଷା ଓ ନିୟମିତ ଉପସ୍ଥାନରେ ସଫଳତା ଲାଭ କରିଥିବା ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଅଭିଭାବକ ମାନଙ୍କର ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଏବଂ ଗୁରୁଜୀ ଗୁରୁମା ମାନଙ୍କର ଅକ୍ଲାନ୍ତ ପରିଶ୍ରମ  ହେତୁ କାର୍ଯ୍ୟକ୍ରମ ଖୁବ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବାରୁ ଶିଶୁମନ୍ଦିରର ସମ୍ପାଦକ ସାଧୁବାଦ ଜଣାଇଛନ୍ତି |

Related posts