ସାରା ଜିଲ୍ଲାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ମେଟ୍ରିକ ପରୀକ୍ଷାରେ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ମେଟ୍ରିକ ପରୀକ୍ଷାର ସଫଳତା
ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ମାଧ୍ୟମିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡରେ ଫଳାଫଳ ସନ୍ତୋଷ ଜନକ ହୋଇଛି। ମୋଟ ୬୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1= ୫ଜଣ ଯଥାକ୍ରମେ
୧. ଆଦ୍ୟାଶା ସୁବୁଦ୍ଧି -୫୫୭
୨. ଅୟସ୍କାନ୍ତ ମହାପାତ୍ର -୫୫୭
୩. ସିକୃତି ବିଶ୍ୱାଳ -୫୫୬
୪. ହିରଣ୍ମୟୀ ଆଚାର୍ଯ୍ୟ -୫୪୦
୫. ସ୍ୱୟଂଶ୍ରେୟା ନାୟକ -୫୪୦ ନମ୍ବର ରଖି ବିଦ୍ୟାଳୟର ଗୌରବ ଅଭିବୃଦ୍ଧି କରିଛନ୍ତି। A2 = ୧୨ଜଣ, B1= ୧୯ ଜଣ, B2 = ୧୬ ଜଣ, C=୧୧ଜଣ, D=୦୩ ଜଣ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି, ଜଣେ ଶିକ୍ଷାର୍ଥୀ ଶାରୀରିକ ଅସୁସ୍ଥତା କାରଣରୁ ପରୀକ୍ଷା ଦେଇ ନପାରି ଅକୃତକାର୍ଯ୍ୟ ହୋଇଛନ୍ତି।
ଏହି ଅବସରରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ପ୍ରଶାସନିକ ପରିଷଦ ଓ ଅନ୍ୟାନ୍ୟ କର୍ମ କର୍ତ୍ତାବୃନ୍ଦ ବେଶ୍ ଖୁସି ଅଛନ୍ତି। ଦୀର୍ଘ ଦିନରୁ ପାଇ ଆସୁଥିବା ଏହି ସଫଳତା ଏ ବର୍ଷ ମଧ୍ୟ ବଜାୟ ରହିଛି।

Related posts