ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କପ୍ ଫୁଟବଲ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୫ ମ ଦିନର ଖେଳରେ ଉତ୍କଳ ସ୍ପୋର୍ଟିଁ ଜଟଣୀ ଏବଂ ମଙ୍ଗଳା ଏଫ୍ ସି କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ କଟକ ଦଳ ଆକ୍ରମଣ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧରେ କଟକ ଦଳର ୮ ନମ୍ବର ଜର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ ଖେଳର ୬ ମିନିଟ୍ ସମୟରେ , ୩୩ ମିନିଟ୍ ସମୟରେ ଏବଂ ୭୦ମିନିଟ୍ ସମୟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ଏବଂ ଶେଷ ମୁହୂର୍ତ୍ତରେ ପବିତ୍ର ଆଉ ଏକ ଗୋଲ୍ ଦେଇଥିଲେ। ସେହି କଟକ ଦଳର ୨୩ ନମ୍ବର ଜର୍ଶିର ଖେଳାଳି ସୁନିଲ ସୋରେନ ଆଉ ଏକ ଗୋଲ୍ ଦେଇଥିଲେ।

ଆଜି ମଞ୍ଚରେ ବିଶିଷ୍ଟ ସମାଜସେବୀ ଇରାନୀ ରାୟ, ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଚଳଚ୍ଚିତ୍ର ପ୍ରଯୋଜକ, ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ଆଜିର ଖେଳ ପରିଚାଳନା କରିଥିଲେ। ଏଥି ସହିତ ରେଫରି ପ୍ରସନ୍ନ ନାୟକ,ସରୋଜ ମହାରଣା ଲାଇନରେ ଜ୍ୟୋତି ପ୍ରକାଶ ସ୍ବାଇଁ ୪ ନମ୍ବର ରେପାରୀ ଭାବେ କାର୍ଯ୍ୟ କରିଥିଲେ। ୭୮୬ ୟୁଥ୍ କ୍ଳବ୍ ର ସଭାପତି ଶେଖ୍ ୟୁଶୁବ୍,ସଂଗଠନ ସମ୍ପାଦକ ହଜରତ ଅଲ୍ଲୀ ଖାଁ, ଶରିଫ ଖାଁ, ଶେଖ୍ ନାଇଁମୁ, ସମ୍ପାଦକ ଅନାୱର୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ।
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ। ମୋଟାମୋଟି ଭାବେ ଆଜିର ଖେଳ ଏକ ତରଫା ହୋଇଥିଲା ଏବଂ(୫- ୦)ଗୋଲ୍ ରେ ମଙ୍ଗଳା କ୍ଳବ୍ କଟକ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଥିଲା । ଆସନ୍ତା କାଲି ଏଠାରେ ୨ ୟ ସେମି ଫାଇନାଲରେ ଓ ଉଃଡ଼ିଶା ପୋଲିସ କଟକ ସହ ଦଳର ମୁକାବିଲା ହେବ। ଆଜିର ଖେଳରେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଲାଭ କରିଥିଲେ ମଙ୍ଗଳା କ୍ଳବ୍ କଟକ ଦଳର ୮ ନମ୍ବର ଯାର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ।
