ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲାପରିଷଦ ସୃଜନ ଗୃହରେ ଓଡିଶା ସରକାର ଜଳ ସମ୍ପଦ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟବକ୍ତାଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତି ରାଉତ, ଜିଲ୍ଲା ଜଳ ସମ୍ପଦ ଅଧିକାରୀ ଇଂ ବୈକୁଣ୍ଠ ନାଥ ଦଳାଇ ପ୍ରମୁଖ ଯୋଗଦେଇଥିଲେ। ସଭା ପ୍ରାରମ୍ଭରୁ ଦ୍ଵୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହାପରେ ସମୁହ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ ବିଭାଗ ସ୍ୱାଗତ ଭାଷଣ ରଖିଥିଲେ । ଏହାପରେ ମାନ୍ୟବର ବାଚସ୍ପତି ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ ଜଳ ସଂରକ୍ଷଣ କରାଯିବା ସହ ଛୋଟ ଛୋଟ କେନାଲ ମାନଙ୍କୁ ମରାମତି କରାଯାଇ ପାରିଲେ ପାଣି ସମସ୍ୟା ଦୁରିଭୁତ ହୋଇ ପାରିବ । କୃଷି କ୍ଷେତ୍ରରେ ଜଳସେଚନ ର ପରିବର୍ତନ ଆଣିବା ପାଇଁ ଆହୁରି ସରକାର ଉପ-ଯୋଜନା ଯୋଡ଼ିଛନ୍ତି ସେଚାଞ୍ଚଳ ର ଉନ୍ନୟନ ଆଧୁନିକିକରଣ ମାଧ୍ୟମରେ । କମ୍ ପାଣିରେ ଅଧିକ ଅଞ୍ଚଳରେ ଜଳ ସେଚନ କରାଯିବା ପାଇଁ ବହୁ ପଦକ୍ଷେପ ନିଆଯାଉଛି । ସେହିପରି ଯୋଜନାର ସଫଳ ରୂପାୟନ ପାଇଁ ଅନ୍ୟ ଅତିଥି ମାନେ ଅଭିଭାଷଣ ରଖିଥିଲେ।

ଏଥିରେ ବହୁ ଵିଭାଗୀୟ ଅଧିକାରୀ, କୃଷକମାନେ, ଜିଲ୍ଲାସ୍ତରୀୟ ସାମ୍ବାଦିକ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ପାଣି ପଞ୍ଚାୟତ ପକ୍ଷ ସଂକ୍ରାନ୍ତିୟ ପ୍ରତିଯୋଗିତା ରେ କୃତୀ ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଚେତନତା ସ୍ଵରୁପ ଛୋଟ ଛୋଟ ନାଟକ, ସଙ୍ଗୀତ ପରିବେଷଣ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ବୈଠକ ସାଙ୍ଗ କରାଯାଇଥିଲା।
