ସ୍ବାଧିନତା ପରବର୍ତ୍ତୀ ଓଡ଼ିଆ କବିତା ଓ ଏକବିଂଶ ଶତାବ୍ଦୀର ଓଡ଼ିଆ ନାଟକ ଉପରେ ପାଠଚକ୍ର ଆୟୋଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ନୟାଗଡ଼ର ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ସୁବର୍ଣ୍ଣ ଜୟନ୍ତୀ ସଭାଗୃହରେ ‘ଏକ ଦିବସୀୟ ପାଠଚକ୍ର’ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ଡ ବିପିନ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପାଠଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ବିଜୟ କୁମାର ଶତପଥୀ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟର ପରିଦର୍ଶକ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ ଅତିଥି ରୂପେ ଯୋଗଦେଇଥିଲେ।

ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପାଠଚକ୍ରକୁ ଉଦ୍ଘାଟନ କରିବା ପରେ +୩ ଓଡ଼ିଆ ବିଭାଗର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ଅଧ୍ୟକ୍ଷ ଡ.ପଟ୍ଟନାୟକ ସ୍ବାଗତ ସମ୍ଭାଷଣ ଜଣାଯାଇଥିଲା ବେଳେ ବିଭାଗମୁଖ୍ୟ ଶ୍ରୀ ସଞ୍ଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୁଇ ଅତିଥିଙ୍କୁ ଅଧ୍ୟକ୍ଷ ଡ. ପଟ୍ଟନାୟକ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଶ୍ରୀ ହରେକୃଷ୍ଣ ଦାସ ଏବଂ ଅଧ୍ୟାପକ ଶ୍ରୀ ପ୍ରମୋଦ କୁମାର ବେହେରା ମାନପତ୍ର ପଠନ କରିଥିବା ବେଳେ ସମ୍ବର୍ଦ୍ଧିତ କାର୍ଯ୍ୟରେ ସହଯୋଗ କରିଥିଲେ ଅଧ୍ୟାପିକା ଡ଼.ବିନ୍ଦୁଲତା ଷଣ୍ଢ।

ଅତିଥି ବକ୍ତା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ ବିଜୟ କୁମାର ଶତପଥୀ “ଏକବିଂଶ ଶତାବ୍ଦୀର ଓଡ଼ିଆ ନାଟକ” ଉପରେ ଉଚ୍ଚାଙ୍ଗ ହୃଦୟସ୍ପର୍ଶୀ ବକ୍ତବ୍ୟ ରଖିଥିବା ବେଳେ  ରେଭେନ୍ସା ବିଶ୍ବବିଦ୍ୟାଳୟର ପରିଦର୍ଶକ ପ୍ରଫେସର ଡ ବାବାଜୀ ଚରଣ ପଟ୍ଟନାୟକ “ସ୍ବାଧିନତା ପରବର୍ତ୍ତୀ ଓଡ଼ିଆ କବିତା” ଉପରେ ମର୍ମସ୍ପର୍ଶୀ ବିଶ୍ଳେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟର ଅଧ୍ୟାପକଗଣ ପାଠଚକ୍ରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଭାଗୀୟ ଅଧ୍ୟାପକ ଅଜୟ ମହାପାତ୍ର , ଓ ଅଧ୍ୟାପିକା ଶୁଭସ୍ମିତା ପରିଡା ଅକୁଣ୍ଠ ସହଯୋଗ ଯୋଗାଇ ଦେଇଥିବା ବେଳେ ଶ୍ରୀ ସହଦେବ ବେହେରା ଧନ୍ୟବାଦ ଅର୍ପଣ କରିବାପରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ସଭା ସାଙ୍ଗ କରାଯାଇଥିଲା।

Related posts