ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୬ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ, (ନୟାଗଡ଼ ଦର୍ପଣ): ସର୍ବ ଭାରତୀୟ ଫୁଟବଲ  ଟୁର୍ନାମେଣ୍ଟ ନୟାଗଡ କପ ୨୦୨୬ର ପ୍ରସ୍ତୁତି ବୈଠକ ନୟାଗଡ ସହର ସ୍ଥିତ ନୟାଗଡ଼ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ସମେତ ୭୮୬କ୍ଳବ, ମର୍ଣ୍ଣିଙ୍ଗ କ୍ଲବ, ନୟାଗଡ କ୍ଲବର ସଦସ୍ୟ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଖେଳ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଖେଳ ପଡ଼ିଆରେ ଚଳିତ ମାସ ୧୯ତାରିଖରୁ ୨୬ତାତିଖ ପର୍ଯ୍ୟନ୍ତ ଏହି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନୟାଗଡ଼ କପ-୨୦୨୬ ଅନୁଷ୍ଠିତ ହେବ।  ୮ଦିନ ବ୍ୟାପି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କିପରି କିପରି ସରସ ସୁନ୍ଦର ସହ ଶାନ୍ତି ଶୃଙ୍ଖଳା ସହିତ ସମାପନ ହେବ ବୈଠକରେ ଫୁଟବଲ ପ୍ରେମୀମାନେ ମତ ରଖିଥିଲେ। ଏଥିରେ ଓଡିଶା ସମେତ ଓଡିଶା ବାହାରୁ କାଶ୍ମୀର, କେରଳ ଭଳି ରାଜ୍ୟର ସୁନାମଧନ୍ୟ ଟିମ ଖେଳିବାର ଆୟୋଜନ କରାଯାଉଛି।

Related posts