ଭେନିଜିୱାଲା ଉପରେ ଆମେରିକାର ଆକ୍ରମଣ ବିରୋଧରେ ପଥପ୍ରାନ୍ତ ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ) ନୟାଗଡ଼ ଟ୍ରାଫିକ ଛକ ଠାରେ କମ୍ରେଡ଼ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସଭପତିତ୍ୱରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜାତିସଙ୍ଘ ଘୋଷଣା ପତ୍ରକୁ ବେଖାତିର ଆମେରିକା ଯେପରି ରାତିଅଧରେ ଭେନିଜିୱାଲାର ରାଜଧାନୀ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀକୁ ଜୋର ଜବରଦସ୍ତ ଅପହରଣ କରିନେଲେ ତାହାକୁ ନେଇ ବକ୍ତାମାନେ ଦୃଢ଼ ନିନ୍ଦା କରିଥିଲେ। ଆମେରିକାର ଏପରି କାର୍ଯ୍ୟକୁ ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟରୁ ନିବୁର୍ତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ତୁରନ୍ତ ଜଦି ଦୁହିଁଙ୍କୁ ଖଲାସ ନ କରନ୍ତି ତେବେ ସାରା ବିଶ୍ୱର କ୍ରୋଧର ଶିକାର ଆମେରିକା ହେବ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଚ ସିପିଏମନେତା ଗୋଲକ ବିହାରୀ ମୁଦୁଲି, ଦୁଃଶାସନ ଜେନା, ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ ପରିଡା, ସୁଶୀଲ ମହାନ୍ତି, ନାରୀନେତ୍ରୀ ଜ୍ୟୋତିପ୍ରଭା ଜେନା, ଜୟନ୍ତୀ ଦାସ ପ୍ରମୁଖ ଆମେରିକା ବିରୋଧୀ ବକ୍ତାବ୍ୟ ରଖିଥିଲେ।

Related posts