ମା ଦକ୍ଷିଣକାଳୀଙ୍କ ପହିଲି ପ୍ରସାଦ ସେବନ କଲେ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦକୁ ନୟାଗଡ଼ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଛି।

ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟତ୍ରୀ, ତତ୍ୱାବଧାରକଙ୍କ ସମେତ ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜିଵୀ ରଣଜିତ ଦାସ ପ୍ରମୁଖ ପ୍ରସାଦ ସେବନରେ ସାମିଲ ହୋଇଥିଲେ।

Related posts