ଜିଲ୍ଲା ଖାଉଟି ବିବାଦ ଅଦାଲତଙ୍କ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ବିୟୋଗରେ ଶୋକସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଖାଉଟି ବିବାଦ ସମାଧାନ ଅଦାଲତରେ କାର୍ଯ୍ୟରତ ବରିଷ୍ଠ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ଗତ କାଲି ୧୬ ତାରିଖ ରେ ହୃଦଘାତ ଜନିତ ଅକାଳ ବିୟୋଗ ଅବସରରେ ଖାଉଟି ବିବାଦ ଆୟୋଗ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଖାଉଟି ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ଶ୍ରୀ ମିଶ୍ର, ସଭ୍ୟ କରୁଣାକର ନାୟକ,ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର, ଉପସଭାପତି ସନ୍ତୋଷ ରାଉତରାୟ, ବରିଷ୍ଠ ଆଇନଜୀବୀ ଅରୁଣ ମହାପାତ୍ର, ଦଣ୍ଡପାଣି ନାୟକ, କୃପାସିନ୍ଧୁ ନାୟକ, ରାଧାକୃଷ୍ଣ ସାହୁ,ଅର୍ଜୁନ ସାହୁ, ପୁଷ୍ପାଞ୍ଜଳି ମିଶ୍ର, ଦେବାଶିଷ ପଟ୍ଟନାୟକ,ରତିକାନ୍ତ ପଟ୍ଟନାୟକ, ଶିବାଶିଷ ମହାନ୍ତି, ଉଦୟନାଥ ମିଶ୍ର ପ୍ରମୁଖ ସ୍ବର୍ଗତ ନାୟକଙ୍କ ଅମାୟିକ ବ୍ୟକ୍ତିତ୍ୱ, ନିଷ୍ଠାପରତା ର ସହିତ କାର୍ଯ୍ୟ ସମ୍ପାଦନ, ପରୋପକାରିତା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରା ଯାଇଥିଲା।

Related posts