ନୂଆଗାଁ, (ନୟାଗଡ଼ ଦର୍ପଣ): ନୁଆଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଶ୍ରୀବନ୍ତ ଦେଇପୁର ଠାରେ ଦୁରୁଦୁରା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୁପେ ଶିକ୍ଷାବିତ୍ ଚରଣ ନାୟକ, ମୁଖ୍ୟବକ୍ତା ରୁପେ ନୟାଗଡ଼ ଇନ୍ନରହୁଇଲ୍ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ପୁର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ବାରିକ, ଫକୀରଚରଣ ସୁନ୍ଦରା, କବି ସମ୍ପଦ କୁମାର ଦାଶ, ବିଦ୍ୟାଳୟର ସଭାପତି ପ୍ରଦୀପକୁମାର ମହାପାତ୍ର, ଜିଲ୍ଲା ଆଇନ ପ୍ରାଧିକରଣ ନୟାଗଡ଼ର ସଭ୍ୟ ସଭ୍ୟା, ଆଇନଜୀବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତବନ୍ଧୁ ବେହେରା ଓ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀଧର ବେହେରା ଆଦି ମଞ୍ଚ ମଣ୍ଡନ କରିଥିଲେ। ଉକ୍ତ ସଭାରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ପ୍ରତ୍ୟେକ ଗ୍ରାମର ସଭାପତି ଓ ଅଙ୍ଗନବାଡ଼ିର କର୍ମୀମାନେ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଶିକ୍ଷାର ଗୁରୁତ୍ବକୁ ପ୍ରତିପାଦନ କରିଥିଲେ । ସେହିପରି ମୁଖ୍ୟବକ୍ତା ବାଳିକା ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଏଥି ସହ ବିଦ୍ୟାଳୟରେ ନୂତନ ବିଜ୍ଞାନ ଶିକ୍ଷକ ରୁପେ ଶିବାଶିଷ୍ ମିଶ୍ରଙ୍କୁ ସ୍ୱାଗତ କରାଯାଇଥିଲା । ସହକାରୀ ଶିକ୍ଷକ ଡ଼. ପ୍ରତାପ କୁମାର ପରିଡ଼ା ମଞ୍ଚ ପରିଚାଳନାର ଦାୟିତ୍ଵ ନିର୍ବାହ କରିଥିଲେ।
ଶିକ୍ଷାର ବିକାଶ ପାଇଁ- ଶିକ୍ଷା ସଭା
