ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରଥମ ଓ ଅଗ୍ରଣୀ ମହିଳା କ୍ଲବ, ଇନର ହ୍ୱିଲ୍ କ୍ଲବର ଜିଲ୍ଲା ଚେୟାରମ୍ୟାନ୍ ପରିଦର୍ଶନ କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୨୬ ଇନର ହୁଇଲ କ୍ଳବର ଜିଲ୍ଲା ଅଧ୍ୟକ୍ଷ, ମଧୁସ୍ମିତା ତ୍ରିପାଠୀ ଏବଂ ତାଙ୍କ ସହିତ Rotary R I D 3262ର ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀଙ୍କୁ କ୍ଲବ ତରଫରୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ ଏବଂ କ୍ଲବର ୨୫ଜଣ ସଦସ୍ୟା ମଧୁସ୍ମିତା ତ୍ରିପାଠୀଙ୍କୁ ସ୍ୱାଗତ କରି କ୍ଲବ ପରିସର ମଧ୍ୟକୁ ପାଛୋଟି ନେଇଥିଲେ । ରୋଟାରୀ କ୍ଲବ ପରିସରରେ ଆୟୋଜିତ ହୋଇଥିବା ସପ୍ତମ ବାର୍ଷିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କ୍ଲବର ସଭାପତି, ସଂପାଦିକା ତଥା ସମସ୍ତ ସଦସ୍ୟାମାନେ ଉପସ୍ଥିତ ରହିଥିଲେ। କ୍ଲବ ତରଫରୁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ କ୍ଳବ ସଂପାଦିକା ରଶ୍ମିତା ଚୌଧୁରୀ।

ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ କ୍ଲବର ପୂର୍ବତନ ସଭାପତି ରୋଜାଲିନ ପାତ୍ର ସଙ୍ଗୀତ ଗାନ କରିଥିଲେ । ଏତଦ୍ ସହିତ ପୂର୍ବତନ ବରିଷ୍ଠ ସଭାପତି ଜ୍ୟୋତ୍ସାମୟୀ ପଟ୍ଟନାୟକ ଏବଂ ସୌଦାମିନୀ ସ୍ୱାଇଁ ମିଳିତ ଭାବରେ ଉପହାର ପ୍ରଦାନ କରିଥିଲେ। କ୍ଳବରେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ତିନିଜଣ ସଦସ୍ୟାଙ୍କୁ ଚ଼ଳିତ ବର୍ଷର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ ଏବଂ ମୁଖ୍ୟ ଅତିଥି ପୁଷ୍ପଗୁଛ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ । ସଭାପତିଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମର ଅଢ଼େଇ ବର୍ଷର କୁନି ଝିଅ ଋତ୍ଭିକା ପାଳଙ୍କୁ ଏହି ସଭାକୁ ନିମନ୍ତ୍ରଣ କରି ମାନପତ୍ର ଓ ସାର୍ଟିଫିକେଟ୍ ପ୍ରଦାନ କରି “ଧନ୍ୟ ତୁମେ ବିସ୍ମୟ ବାଳିକା” ସମ୍ମାନରେ ସମ୍ମାନୀତ କରି କ୍ଳବ ଏକ ନୂତନ କାର୍ଯ୍ୟକ୍ରମ କରିଥିଲେ। ପରିଶେଷରେ ଚାର୍ଟର ପ୍ରେସିଡେଣ୍ଟ ରୋଜାଲିନ୍ ପାତ୍ର ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିବା ସହ, ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା।
