ନୟାଗଡ଼ ରୋଟାରୀ କ୍ଲବର ୩୬ତମ ପ୍ରତିଷ୍ଠା ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ ନୟାଗଡ଼ ତାର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି ।  ରୋଟାରୀ କ୍ଲବ, ନୟାଗଡ଼ ୩୬ ବର୍ଷ ଧରି ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା, ସ୍ବଳ୍ପ ମୂଲ୍ୟରେ ଆମ୍ବୁଲାନ୍ସ ସେବା,  ନୟାଗଡ଼ ଡ଼ାକ୍ତରଖାନାରେ ଗରମ ପାଣିର ବ୍ୟବସ୍ଥା, ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଚିକିତ୍ସା ଶିବିର, ମାଗଣା ଚଷମା ବଣ୍ଟନ, କୃତ୍ରିମ ଅଙ୍ଗ ପ୍ରତିରୋପଣ, ମାଗଣା ଶ୍ରବଣ ଯନ୍ତ୍ର ବଣ୍ଟନ ଇତ୍ୟାଦି ଅନେକ ସାମାଜିକ କାର୍ଯ୍ୟକ୍ରମରେ ସର୍ବଦା ଆଗରେ ରହିଛି ନୟାଗଡ଼ର ରୋଟାରୀ କ୍ଲବ୍।

ଏହି ପ୍ରତିଷ୍ଠା ଦିବସରେ ରୋଟାରୀ କ୍ଲବ ଅନେକ କାର୍ଯ୍ୟକ୍ରମ କରିଥିଲା, ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବୃକ୍ଷରୋପଣ, ସମର୍ପଣ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଚାଲିବାରେ ସହାୟକ ବାଡ଼ି ବଣ୍ଟନ ସହିତ “ଥିଲେ ଦିଅ ନଥିଲେ ନିଅ” ଭଳି ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବସିରନ ବିବି ଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଓଡ଼ିଶାର ପ୍ରାନ୍ତପାଳ ରୋଟାରିଆନ ମନୋଜ ତ୍ରିପାଠୀ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଇନର ହୁଇଲ କ୍ଲବର ଚେୟାରମ୍ୟାନ ମଧୁସ୍ମିତା ତ୍ରିପାଠୀ ଓ ଉପ ପ୍ରାନ୍ତପାଳ ରୋଟାରିଆଳ ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ । ନୟାଗଡ଼ ରୋଟାରୀ କ୍ଲବ୍ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସମସ୍ତ ଅତିଥି ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ସବୁ କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ୟୁନିଟେକ ଡିଗ୍ରୀ କଲେଜର ଛାତ୍ରମାନଙ୍କୁନେଇ ଏକ ନୁତନ ରୋଟ୍ରାକ୍ଟ କ୍ଲବ ଗଠନ କରାଯାଇଥିଲା।

ରୋଟାରୀ କ୍ଲବ ନୟାଗଡ଼ର ପ୍ରତିଷ୍ଠାତା ସଦସ୍ୟ ସାଓ୍ବଂରମଲ ଅଗ୍ରଓ୍ବାଲ୍ ଓ ଗୋଦାବରୀଶ ସାହୁଙ୍କୁ ମୂଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ରୋଟାରିଆନ ଦୀପେଶ୍ ରଞ୍ଜନ ସାହୁଙ୍କୁ 2024-25 ର ଶ୍ରେଷ୍ଠ ରୋଟାରିଆନ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର, ଭଞ୍ଜନଗର, ଢେଙ୍କାନାଳ, ନିମାପଡ଼ା ଆଦି ବିଭିନ୍ନ ରୋଟାରୀ କ୍ଲବ୍ ସଦସ୍ୟଙ୍କ ସହ ନୟାଗଡ଼ ରୋଟାରୀ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସଭାକାର୍ଯ୍ୟକୁ ରୋଟାରିଆନ ପ୍ରଶନ୍ନ କୁମାର ବସନ୍ତିଆ ପରିଚାଳନା କରିଥିବାବେଳେ ସଂପାଦକ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts