ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାରୀଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ନୟାଗଡ଼ ଓକିଲ ସଙ୍ଘର ଦାବୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ତଥା ବ୍ରହ୍ମପୁର ଲୋକପ୍ରିୟ ଆଇନଜୀବୀ ସ୍ବର୍ଗତ ପୀତବାସ ପଣ୍ଡାଙ୍କୁ ଗତ ୬ ଅକ୍ଟୋବର ରାତ୍ର ୧୦ ଘଟିକା ସମୟରେ ବର୍ବରଚିତ୍ତ ହତ୍ୟାକୁ ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ସଦସ୍ୟ ମାନେ ତୀବ୍ର ନିନ୍ଦା କରିଛନ୍ତି। ହତ୍ୟାକାରୀଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ସହିତ ମାନ୍ୟବର ଓଡିଶା ହାଇକୋର୍ଟ ନ୍ୟାୟମୁର୍ତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ ପାଇଁ ସମୟ ଧାର୍ଯ୍ୟ କରାଯାଉ। ସ୍ବର୍ଗତ ପଣ୍ଡାଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ରାଜ୍ୟର ଅନ୍ୟାନ୍ୟ ପୀଡିତା ଆଇନଜୀବୀ ପରିବାରଙ୍କୁ ମଧ୍ୟ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉ ଏବଂ ସାରା ରାଜ୍ୟର ୫୦ ହଜାର ଆଇନଜୀବୀଙ୍କ ସୁରକ୍ଷା ପାଇଁ ଓକିଲ ସୁରକ୍ଷା ଆଇନ ପ୍ରଣୟନ କରାଯାଉ।

ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ଓକିଲମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ବରିଷ୍ଠ ଆଇନଜୀବୀ ବ୍ରଜକିଶୋର ପ୍ରଧାନ, ଅମୀୟ ପଟ୍ଟନାୟକ, କାର୍ତିକ ନାୟକ, ଦେବାଶିଷ ପଟ୍ଟନାୟକ ଏବଂ  ସୁଶାନ୍ତ ମାଝୀ ଏବଂ ସମ୍ପାଦକ ସ୍ବଦେଶ ମିଶ୍ର ସମ୍ମାନ ସହ ପ୍ରମୁଖ ସ୍ମୃତିଚାରଣ କରିଥିଲେ ଲଲ। ସମ୍ପାଦକ ସ୍ବଦେଶ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ।
ଆସନ୍ତା କାଲି ସନ୍ଧ୍ୟାରେ ଆଇନଜୀବୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିବେ ବୋଲି ସଙ୍ଘ ସର୍ବସମ୍ମତ କ୍ରମେ ନିଷ୍ପତି କରାଯାଇଛି। ବାର କାଉନସିଲ ନିଷ୍ପତି ଆଧାରରେ ଆଜି ଜିଲ୍ଲା କୋର୍ଟ ସହିତ ସମସ୍ତ ଅଦାଲତରେ ଓକିଲମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ, ଉପସଭାପତି ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ସ୍ବଦେଶ ମିଶ୍ର ଏବଂ ସହ-ସମ୍ପାଦକ ଆଶୁତୋଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Related posts