ସମର୍ପଣ ଗୃହରେ ଆନ୍ତର୍ଜାତିକ ଜରା ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆନ୍ତର୍ଜାତିକ ଜରା ଦିବସ ପାଳନ ହୋଇଯାଇଛି। ଅକ୍ଟୋବର ୦୧ ତାରିଖ ହେଉଛି ଆନ୍ତର୍ଜାତିକ ଜରା ଦିବସ। ସରକାରଙ୍କ ତରଫରୁ ସପ୍ତାହବ୍ୟାପୀ ଏହି ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ବାସ୍ଥ୍ଯ ସମିତି ତରଫରୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପା ନିଳିମା ଲାକ୍ରା,ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅଶୋକ କୁମାର ସାହୁ, ନୟାଗଡ଼ ଓଲ୍ଡଟାଉନ୍ ସ୍ବାସ୍ଥ୍ଯକେନ୍ଦ୍ରର ଫାର୍ମାସିଷ୍ଟ ବେଦବ୍ୟାସ ପ୍ରଧାନ ସସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ତାପରେ ସମସ୍ତ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା କରିବା ସହିତ ସ୍ବାସ୍ଥ୍ଯ ସୁରକ୍ଷା ଓ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ବିଷୟରେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ସଦସ୍ୟ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଓ ମ୍ଯାନେଜର ସୀତାରାମ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts