ନୟାଗଡ଼: ନୟାଗଡ଼ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଳିସାହି ଗତିକେଶ ଉଚ୍ଚ ବିଦ୍ୟାଳୟର ୧୯୮୧ ମାଟ୍ରିକ୍ ବ୍ୟାଚ୍ ପୂରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ତୁଳସୀ ପୁର ସ୍ଥିତ ମଧୁବୈଶ ସମାଜ କଲ୍ୟାଣ ମଣ୍ଡପ ଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ମଧ୍ୟରୁ ମଞ୍ଜୁଲତା ଦେଇ, ପ୍ରଫୁଲ୍ଲ କୁମାର ସାହୁ ଓ ଚରଣ ପୃଷ୍ଟିଙ୍କ ସଂଯୋଜନାରେ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ସାହୁଙ୍କ ସଭାପତିତ୍ବରେ ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମଧ୍ଯ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ସମସ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିମନ୍ତ୍ରଣ କରା ଯାଇଥିଲା। ନିମନ୍ତ୍ରିତ ଶିକ୍ଷକ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ଭଗବାନ ସାହୁ ଓ ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ପିଅନ ଅପର୍ତି ସ୍ୱାଇଁ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଦିବଙ୍ଗତ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଦିବଙ୍ଗତ ସହପାଠୀ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁରାତନ ଛାତ୍ରଛାତ୍ରୀ ମାନେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଉପସ୍ଥିତ ନିମନ୍ତ୍ରିତ ଅତିଥି ଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଆଶୀର୍ବାଦ ପ୍ରାପ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ବିଦ୍ୟାଳୟର ପୁରୁଣା ସ୍ମୃତି ସବୁକୁ ସାଉଁଟି ଥିଲେ। ସର୍ବୋପରି ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ଵନାଥ ମିଶ୍ର, ପ୍ରକାଶ ମହାପାତ୍ର, ଦୀନବନ୍ଧୁ ମିଶ୍ର, ସୁରେନ୍ଦ୍ର ମହାପାତ୍ର,ପ୍ରମୋଦ କୁମାର ମାହୁନ୍ତ, ପ୍ରଦୀପ୍ତ କୁମାର ମହାନ୍ତି, ସ୍ନେହଲତା ମହାପାତ୍ର, ପ୍ରତିମା ଶତପଥି ପ୍ରମୁଖ ସହଯୋଗ ପୂର୍ବକ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସାଫଲ୍ଯମଣ୍ଡିତ କରିଥିଲେ। ପରିଶେଷରେ ପୁରାତନ ଛତ୍ର ବସନ୍ତ କୁମାର ଦାଶ ଉପସ୍ଥିତ ନିମନ୍ତ୍ରିତ ଅତିଥି ତଥା ପ୍ରାକ୍ତନ ଶିକ୍ଷକ, ସହପାଠୀ ଓ ସହପାଠୀଙ୍କ ପରିବାରବର୍ଗଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।