ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ୍ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ ଠାରେ ଆଜି ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲିକଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ହତା ମଧ୍ୟରେ ବଉଳ, ଚମ୍ପା, ଅଁଳା, ପେସ୍ତାବାଦାମ ବୃକ୍ଷରୋପଣ କରାଯାଇଛି।ବରିଷ୍ଠ କିରାଣୀ ବିମଳ ବାରିକ,ଲକ୍ଷ୍ମଣ ତ୍ରିପାଠୀ, ପ୍ରକୃତିବନ୍ଧୁ ଶିକ୍ଷକ ରଞ୍ଜନ କୁମାର ଦାଶ ଆକାଉଣ୍ଟାଣ୍ଟ୍ ନିରଞ୍ଜନ ରଥ,ସ୍ୱାଗତିକା ମହାପାତ୍ର, ଚିନ୍ମୟ ସାଥୁଆ,ସଶ୍ମିତା ନାୟକ,ଗୌରାଙ୍ଗ ମୁଦୁଲି ଓ ଅନୁଜ ନାୟକ ସହଯୋଗ କରିଥିଲେ।ପୂର୍ବରୁ ଲଗାଯାଇଥିବା ଗଛ ଗୁଡିକର ଯତ୍ନ ନେଇଥିବା ଯୋଗୁଁ ଗଛ ଯେପରି ବଞ୍ଚିରହିଛି ଠିକ ସେହିପରି ଆଜି ଲଗାଯାଇଥିବା ଗଛର ଯତ୍ନ ନେବାପାଇଁ ସଭିଏଁ ଶପଥ କରିଥିଲେ।ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧ ଠାରେ ପ୍ରଧାନଶିକ୍ଷକ ରଞ୍ଜନ କୁମାର ଦାଶ ଓ ଶିକ୍ଷିକା ରୀତା ପଣ୍ଡାଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମାଆ ମାନଙ୍କ ସହଯୋଗରେ ବୃକ୍ଷରୋପଣ କରାଯାଇଛି।ଅମୃତଭଣ୍ଡା, ପିଜୁଳି, ଆତ, ଚମ୍ପା, ସଜନା, ଭୃସୁଙ୍ଗା, ଆମ୍ବଗଛ ଲଗାଯାଇଛି। ମଧ୍ୟାହ୍ନ ଭୋଜନ ପାଇଁ ଭେଣ୍ଡି, ଝୁଲଣ, ଶାଗ, ଲେମ୍ବୁ ବଗିଚା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିଛନ୍ତି।
