ଖଣ୍ଡପଡ଼ାରେ ଜାତୀୟ ପତାକାକୁ ଅସମ୍ମାନ, ଏସପିଙ୍କୁ ଲିଖିତ ଅଭିଯୋଗ ଦେଲା କଂଗ୍ରେସ

ନୟାଗଡ଼/ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଜାତୀୟ ପତାକାକୁ ରାସ୍ତା କଡରେ ଫୋପାଡିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି ଜିଲ୍ଲା କଂଗ୍ରେସ। ଖଣ୍ଡପଡାରେ ଅପରେସନ ସିନ୍ଦୁର ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ, ଏନଏସି ଅଧ୍ୟକ୍ଷା ଏବଂ ସରକାରୀ ପଦାଧିକାରୀ ହାତରେ ଜାତୀୟ ପତାକା ଧରି ଦେଶଭକ୍ତି ନିଦର୍ଶନ ଦେଖାଇଥିଲେ। କିନ୍ତୁ ଶୋଭାଯାତ୍ରା ପରେ ଜାତୀୟ ପତାକାକୁ କଲ୍ୟାଣମଣ୍ଡପ ପଛ ପାଖ ଅଳିଆ ଗଦାରେ ଫୋପାଡ଼ିଦେବା କେତେଦୂର ଠିକ। ଏଭଳି ସଂଗୀନ ଅପରାଧରେ ଜଡିତ ଥିବା ରାଜନେତା, ସରକାରୀ ବାବୁମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ନୟାଗଡର କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପୀତବାସ ଖୁଣ୍ଟିଆ, ଦଳିତ ନେତା ମନୋଜ ନାଏକ ଏବଂ ସନ୍ତୋଷ ନାଏକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି। ପରେ ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଶାସକ ଦଳର ଦାୟିତ୍ୱସମ୍ପନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଆମ ଦେଶର ପବିତ୍ର ଜାତୀୟ ପତାକାର ଅସମ୍ମାନ ପ୍ରସଙ୍ଗରେ କଂଗ୍ରେସ ତୀବ୍ର ନିନ୍ଦା କରିଛି।

Related posts