
ନୟାଗଡ଼, ((ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ରେ ଶ୍ରୀ ରଣଜିତ ଦାଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବଂଶୀଧର ରାଉତରାୟଙ୍କ ଠାରୁ ୬୨ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସ୍ବଦେଶ ମିଶ୍ର ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ବିଶ୍ୱଜିତ ଆଚାର୍ଯ୍ୟ ଙ୍କ ସୂତ୍ରରୁ ଜଣାପଡିଛି। ସଂଘର ଉପସଭାପତି ଭାବେ ସନ୍ତୋଷ କୁମାର ରାଉତରାୟ, ସାହସମ୍ପାଦକ ଭାବେ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ୍ୟ ଭାବେ ବିଶ୍ୱେଶ ରଞ୍ଜନ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘର କାର୍ଯ୍ୟକାରୀ କମିଟିକୁ ୬ଜଣ ସଦସ୍ୟ ଯଥା ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ପଟ୍ଟନାୟକ, ନିରାକାର ମହଲ, ବିଭୁପ୍ରସାଦ ସାହୁ, ହରେକୃଷ୍ଣ ପ୍ରଧାନ ଏବଂ ଶ୍ରୀ ସୁନୀଲ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଆଚାର୍ଯ୍ୟଙ୍କୁ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ କିଶୋର ଚନ୍ଦ୍ର ଶତପଥୀ, କିଶୋର ଚନ୍ଦ୍ର ମହାପାତ୍ର ଏବଂ ଶ୍ରୀ ଅକ୍ଷୟ କୁମାର ପରିଡା ପ୍ରମୁଖ ସହଯୋଗ କରିଥିଲେ। ଏହି ନିର୍ବାଚନରେ ସଂଘର ୨୬୨ଜଣ ସଦସ୍ୟ ଭୋଟ ଦେଇଥିଲେ।