ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦିନକୁ ଦିନ ମନୁଷ୍ୟ ସହିତ ପ୍ରକୃତି ପଶୁପକ୍ଷୀ ମଧ୍ୟରେ ହେଉଥିବା ସଂଘର୍ଷ ପ୍ରତି ସଚେତନ କରାଇ ସେମାନଙ୍କ ସୁରକ୍ଷା ସହିତ ନିଜର ସୁରକ୍ଷା ପାଇଁ ବାର୍ତ୍ତା ପ୍ରେରଣ ପ୍ରଦାନ କରାଇବା ପାଇଁ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶାଙ୍କ ସହଭାଗିତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ କର୍ମଶାଳା ଉଦଘାଟନ ହୋଇଥିଲା। ଦୁଇ ତାଲିମ ପ୍ରଦାନ କାରି ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ  ଲଳିତ ମୋହନ ମିଶ୍ରଙ୍କ ଦ୍ଵାରା  କର୍ମଶାଳାରେ ୫୨ଜଣ ପୁରୁଷ ମହିଳା ଓ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯାଇଥିଲା।

ପଶୁ ପକ୍ଷୀଙ୍କ ଆଜିର ଦିନରେ ଗୁରୁତ୍ୱ ସହିତ ସେମାନେ ବଞ୍ଚିଲେ ଆମର ଉପକାରୀତାକୁ ପ୍ରାଧାନ୍ୟ ଦିଆଯାଇ ସମସ୍ତେ ନଡ଼ିଆ କତାରେ ପକ୍ଷୀ ଵସା ପ୍ରସ୍ତୁତି କରିଥିଲେ। ଉଦଯାପନି ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ଗାଁ ବ୍ଲକ କୃଷି ବିଭାଗ ଅଧିକାରୀ ପ୍ରତିଭା ପ୍ରଧାନ ମୁଖ୍ୟବକ୍ତାଭାବେ ଓଡ଼ଗାଁ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସାମ୍ବାଦିକ ସାରସ କୁମାର ମିଶ୍ର, ଗ୍ରାମ୍ୟ କୃଷି ସହାୟକ ଦେବାଶିଷ ସାହାଣୀ ସମେତ ଯୋଗଦେଇ ପରିବେଶ ପରିବର୍ତ୍ତନ ସାଙ୍ଗକୁ ଘରଚଟିଆ, ଶାଗୁଣା ଆଦିର ମନୁଷ୍ୟ ସମାଜ ପାଇଁ ଉପକାରୀତାକୁ ଅତିଥିମାନେ ମତବ୍ୟକ୍ତ କରିବାସହିତ   ୫ଟି ଦଳ ତିଆରି କରିଥିବା ୧୨ଟି ପକ୍ଷୀ ବସାକୁ ଦେଖି ବହୁ ପ୍ରସଂସା କରିଥିଲେ ।

ସମସ୍ତ ଦଳକୁ ସାର୍ଟିଫିକେଟ ପ୍ରଦାନ ସହିତ ଗଛରେ ବସାଗୁଡିକୁ ଟାଙ୍ଗି ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ପ୍ରଦାନ କରାଯାଇଥିଲା। ପରିଶେଷରେ ପ୍ରିୟଦର୍ଶନୀ ମହାପାତ୍ର, ରାଧାଗୋବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Related posts