ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ସମସ୍ତ ସଦସ୍ୟ ସ୍ୱାଗତ କରିବା ସହିତ ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମଂଚରେ ଉପସ୍ଥିତ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଏବଂ ଅନ୍ୟାନ୍ୟ ଉପସ୍ଥିତ ପ୍ରତିନିଧି ମାନ୍ୟବର ସାଂସଦ ପୁରୀ, କଟକ ଓ କନ୍ଧମାଳ, ସମସ୍ତ ତହସିଲଦାର, ରାଇସ୍ ମିଲ ମାଲିକ, କୃଷକ ପ୍ରତିନିଧି, ସମସ୍ତ କର୍ମଚାରୀ ତଥା ଜନ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ଏ ବର୍ଷ ଚାଷୀମାନଙ୍କ ଠାରୁ କିପରି ଉଚିତ୍ ମୂଲ୍ୟରେ ଧାନ କିଣାଯାଇ ପାରିବ ସେ ସଂପର୍କରେ ସମସ୍ତ ମିଲର DRCS, ARCS ଏବଂ RMCର ସଂପାଦକଙ୍କ ଠାରୁ ପରାମର୍ଶ  ଆହ୍ୱାନ କରିଥିଲେ । ଜିଲ୍ଲାରେ ୧୬୭ଗୋଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ କ୍ରୟ ନିମନ୍ତେ ୧୫ଜଣ ମିଲର ପଂଜିକରଣ କରିଛନ୍ତି ।

ଧାନ କ୍ରୟ ଡିସେମ୍ବର ୨୭ତାରିଖରେ ଶୁଭ ଉଦ୍‌ଘାଟନ କରାଯିବ । ପ୍ରତ୍ୟେକ ଧାନ କ୍ରୟ କେନ୍ଦ୍ରରେ ଧାନ ରଖିବା ପାଇଁ ପିଣ୍ଡି , କୃଷକମାନେ ବସିବା ପାଇଁ ବିଶ୍ରାମ ସ୍ଥଳୀ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି ବୋଲି ଊଜଉଝ ପ୍ରକାଶ କରିଥିଲେ । ଉଚିତ୍ ଗୁଣବତା ଥିବା ଧାନ କ୍ରୟରେ କୌଣସି ପ୍ରକାର କଟନି ଛଟନି ହେବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଚଳିତ ବର୍ଷ ସରକାରଙ୍କ ନିଷ୍ପତି ଅନୁସାରେ କୃଷକମାନଙ୍କ ଠାରୁ କୁଇଁଟାଲ ପିଛା ଟ.୩୧୦୦/-ରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ସରକାରଙ୍କ ନିଷ୍ପତିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହିତ ଧାନ କ୍ରୟ କେନ୍ଦ୍ରରେ କୃଷକମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏତଦ୍ ବ୍ୟତୀତ ୨୮ଗୋଟି ନୂତନ ଧାନକ୍ରୟ କେନ୍ଦ୍ର ସହ ପ୍ରତ୍ୟେକ ବ୍ଲକରେ ଚଳିତ ବର୍ଷ ଗୋଟିଏ ଗୋଟିଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ ଧାନ କିଣିବା ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଜିଲ୍ଲା ପରିଷଦ ସଭାପତି ପ୍ରକାଶ କରିଥିଲେ ।  ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କୃଷକଭାଇମାନଙ୍କୁ ଟୋକନ୍ ବ୍ୟବସ୍ଥା କରାଯାଇ ଧାନ ବିକ୍ରୟକୁ ସୁଗମ କରିବା ଏବଂ ବିଗତ ବର୍ଷର ଅସୁବିଧାର ସୁଧାର ଆଣିବା ଉପରେ ନିଜର ମତ ରଖିଥିଲେ । ଖଣ୍ଡପଡ଼ା ବିଧାୟକ ଶ୍ରୀ ସ୍ୱାଇଁ ରାଜ୍ୟ ଧାନ ସଂଗ୍ରହ କମିଟିର ସଭ୍ୟ ଥିବାରୁ କୃଷକଭାଇମାନେ ଯେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ତାଙ୍କ ଦୃଷ୍ଟିକୁ ଆଣିବା ପାଇଁ ଅନୁରୋଧ କରିଥିଲେ । ପ୍ରଦତ ଟୋକନ୍‌ର ବୈଧତା ୩୦ଦିନ ପର୍ଯ୍ୟନ୍ତ କାଏମ୍ ରହିବ।

ମିଲରମାନଙ୍କ ବିଭିନ୍ନ ଅଭିଯୋଗ ସରକାରଙ୍କୁ ଜଣାଇ ଦେବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଥିଲେ । ସମସ୍ତ ଧାନ କ୍ରୟ କେନ୍ଦ୍ରରେ ମଣ୍ଡି ସୁପରଭାଇଜର ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ପ୍ରତ୍ୟେକ ତହସିଲଦାର ଧାନ କ୍ରୟ ପାଇଁ ତହସିଲର ନୋଡାଲ ଅଧିକାରୀ ଏବଂ ଉପ ଜିଲ୍ଲାପାଳ ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜଗଉର ସଂପାଦକ ଧାନ କ୍ରୟରେ କୃଷକମାନଙ୍କ ସଚେତନତା ନିମନ୍ତେ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମମାନ ହାତକୁ ନେଇଥିବାର ପ୍ରକାଶ କରିଥିଲେ । ଶେଷରେ ଜିଲ୍ଲାରେ ଚଳିତ ଋତୁରେ ଶାନ୍ତି ଶୃଙ୍ଖଳାର ସହ ଧାନ ସଂଗ୍ରହ କାର୍ଯ୍ୟ ସାରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Related posts