ଓଏଏସ୍ ପାଇଲେ ରଣପୁର ମାଟିର ସୁପୁତ୍ର ହର ପ୍ରସାଦ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ନିଜର ଐତିହ୍ୟ ପାଇଁ କେବଳ ଜିଲ୍ଲା, ରାଜ୍ୟ, କି’ ଦେଶ ନୁହେଁ, ସମଗ୍ର ବିଶ୍ଵ ଇତିହାସ ଆଇନାରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ରଣପୁର ତଥା ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ରଣପୁର ମାଟିର ପୁଅ ୨୬ବର୍ଷିୟ ହର ପ୍ରସାଦ। ଅକ୍ଟୋବର ୧୯, ଶନିବାର ଦିନ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୨୨ ମସିହାର ରାଜ୍ୟ ପ୍ରଶାସନିକ ସେବାର ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସମୁଦାୟ ୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୪୬ ରାଙ୍କରେ ହର ପ୍ରସାଦ ଉତ୍ତୀର୍ଣ୍ଣ ହୋଇ ବାଜିମାତ୍ କରିଛନ୍ତି। ରଣପୁର ବ୍ଲକ୍ ବୃନ୍ଦାବନ ପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚିନାରାୟଣ ରଣା ଓ ବାସନ୍ତୀ ରଣାଙ୍କ ସୁପୁତ୍ର ହର ପ୍ରସାଦ ମହାପାତ୍ର ଉକ୍ତ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ନିଜ ଗ୍ରାମ, ନିଜ ପଞ୍ଚାୟତ ତଥା ସମଗ୍ର ରଣପୁର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଏଇ ସଫଳତା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣେଇବା ସହ ସବୁ ଶ୍ରେୟ ନିଜର ପିତା, ମାତା ଓ ଗୁରୁଜୀ-ଗୁରୁଜନମାନଙ୍କୁ ଦେବା ସଙ୍ଗେ ସଙ୍ଗେ ଏଥିପାଇଁ ସେ କଠିନ ପରିଶ୍ରମ କରିଥିବା କଥା ହର ପ୍ରସାଦ ନିଜେ କହିଛନ୍ତି।

Related posts