ନୂଆଗାଁ ବ୍ଲକରେ ଯୋଗଦେଲେ ନୂତନ କନିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ୮ଜଣ ନୂତନ କନିଷ୍ଠ ଶିକ୍ଷକ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦେଇ ନିଯୁକ୍ତି ପାଇଥିବା ନିଜ ବିଦ୍ୟାଳୟକୁ ଯାଇ  ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚକାପଥର ପ୍ରାଥମିକ ବିଦ୍ୟାଳୟରେ ନୂତନ କନିଷ୍ଠ ଶିକ୍ଷକ ଅବିନାଶ ଜେନା, ହୀରଦେଇପୁର ପ୍ରାଥମିକ ବିଦ୍ୟାଳୟରେ ସତ୍ୟରଞ୍ଜନ ଦାଶ, ବଲଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ବିଭାବତି ରାଉତ, ବକଳ ବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପ୍ରଦୀପ କୁମାର ସେଠୀ, ଚଡ଼କ ମରା ପ୍ରାଥମିକ ବିଦ୍ୟାଳୟରେ ଆକାଶ କୁମାର ରାଉତ, ବନ୍ଧାଭୂଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିପ୍ରା ଶତପଥୀ, କିରିଆ ଲାଞ୍ଜି ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋନାଲିସା ପ୍ରଧାନ, ଡିଏମ ନୋଡାଲ ବେରୁଆଁବାରୀ ବିଦ୍ୟାଳୟରେ ଭବାନୀ ଦାଶ ପ୍ରମୁଖ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକରେ ୧୨ଜଣ ନୂତନ କନିଷ୍ଠ ଶିକ୍ଷକ(ସ୍କିମାଟିକ) ଯୋଗ ଦେବାକୁ ଥିବାବେଳେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ଯୋଗ ଦେଇଛନ୍ତି। ନୂତନ କରି ଯୋଗଦେଇଥିବା କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।

Related posts