ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ପଞ୍ଚାୟତ ହାଇସ୍କୁଲ୍ ବକଳ ବନ୍ଧରେ ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର ଏବଂ ରାକେଶ କୁମାର ଘଡେ଼ଇଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆର୍ ପି ଦେବବ୍ରତ ଶତପଥୀ, ସିଦ୍ଧାର୍ଥ ରତ୍ନ, ପ୍ରଭାତୀ ଦେଇ ଏବଂ ସୁଭଦ୍ରା ସାହୁ ଶିକ୍ଷକମାନଙ୍କର ବିକାଶତ୍ମକ ମନୋବୃତ୍ତି, ସାମାଜିକ, ଆବେଗିକ ନୈତିକ ଶିକ୍ଷା, ଅନ୍ତର୍ନୀବେଶୀ ଶିକ୍ଷା, ବସ୍ତାନୀ ବିହୀନ ପାଠପଢ଼ା ଦିବସ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଆଦି ଉପରେ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ।ତାଲିମ ଶିବିର ପରିଦର୍ଶନ କରିଥିଲେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବିଆରସିସି ଜ୍ୟୋତ୍ସ୍ନାରାଣୀ ସେଠୀ।
ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ
