ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଚୟନ ପରୀକ୍ଷା ଆସନ୍ତା ଜାନୁୟାରୀ ମାସ ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାରେ ୫ମ ଶ୍ରେଣୀରେ ପଢ଼ୁଥିବା ଏବଂ ନୟାଗଡ଼ ବାସିନ୍ଦା ପ୍ରମାଣ ପତ୍ର ଥିବା ଆଶାୟୀ ପ୍ରାର୍ଥୀ ମାନେ ଏଥିରେ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ଚଳିତ ସେପ୍ଟେମ୍ବର ମାସ ୧୬ ତାରିଖ ରହିଛି। ଆବେଦନ କରିବା ପାଇଁ ବିଭିନ୍ନ ସର୍ତ୍ତାବଳୀ ଏହି ୱେବ ସାଇଟ www.cbseitms.rcil.gov.in/nvs/Index/Registration କିମ୍ବା www.navodaya.gov.in ରୁ ମିଳିପାରିବ।
Related posts
-
ବିକାଶ ମେଳା, ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ସମ୍ବନ୍ଧେ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ ମେଳା,ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଓସୱାନ୍ ସଭାକକ୍ଷରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ... -
ନୟାଗଡ଼ ଜିଲ୍ଲାର ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ବିଶ୍ଵକର୍ମା ପୂଜା ପାଳନ।
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ବିଶ୍ଵକର୍ମା ପୂଜା ଧୂମଧାମରେ ରାଜ୍ୟ ସାରା ପାଳିତ ହୋଇଛି। ଦେବଶିଳ୍ପି ବିଶ୍ଵକର୍ମା ସମସ୍ତ ଶିଳ୍ପ ଏବଂ... -
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସଂଘୀୟ ବିଚାରାଧାରାକୁ ମଜବୁତ କରିବା ପାଇଁ ନିଷ୍ପତ୍ତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ...