ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସମ୍ମିଳିତ ଉଦ୍ୟମ ଲୋଡା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାବାସୀଙ୍କ ବହୁଦିନର ପ୍ରତିକ୍ଷିତ ସ୍ଵପ୍ନ ନୟାଗଡ଼ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁଆଞ୍ଚଳିକ ସ୍ଵାର୍ଥରୁ ଉର୍ଦ୍ଧ୍ବରେ ରହି ନିରନ୍ତର ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ମାନ୍ୟବର ବାଚଷ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି। ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଉତ୍ତମ ଅତ୍ୟାଧୁନିକ ସ୍ଵାସ୍ଥ୍ୟସେବା ଉପଲବ୍ଧ ସାଙ୍ଗକୁ ଜିଲ୍ଲାର ବିକାଶ ପଥରେ ଆଉଏକ ଅଧ୍ୟାୟ ଯୋଡ଼ି ହୋଇଯିବ ବୋଲି ଶ୍ରୀମତୀ ପାଢୀ ଏକ ସକରାତ୍ମକ ବାର୍ତ୍ତା ଦେଇଛନ୍ତି। ଏହି ମର୍ମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମାନ୍ୟବର ବାଚଷ୍ପତି ତଥା ରଣପୁରର ବିଧାୟିକା ସୁରମା ପାଢୀଙ୍କୁ କ୍ରିୟାନୁଷ୍ଠାନ କମିଟିର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନ୍‌ଜୀବୀ ରଣଜିତ୍ ଦାଶ, ଆଇନ୍‌ଜୀବୀ ଦିଲ୍ଲୀପ କୁମାର ନନ୍ଦ ପ୍ରମୁଖ ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଶ୍ରୀମତୀ ପାଢୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

Related posts