୭୮ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ନୟାଗଡ଼ରେ ୭୮ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ବୈଠକ ଡାକିବାର ପ୍ରାସଙ୍ଗିକତା ଉପରେ କହିଥିଲେ । ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦାସ ଚଳିତ ବର୍ଷ ସ୍ୱାଧୀନତା ଦିବସ କିପରି ସମସ୍ତଙ୍କ ସହଯୋଗରେ ଅତି ସୁନ୍ଦର ଭାବେ ପାଳନ କରାଯିବ ତାହା ଉପରେ ଆଲୋଚନା କରିଥିଲେ । ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ସହିତ ଆଉ ଯଦି କିଛି ଅଧିକ କାର୍ଯ୍ୟକ୍ରମ ଯୋଗ କରିବାର ଅଛି ବୈଠକରେ ସେ ସମସ୍ତଙ୍କୁ ପଚାରିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ଜୈନ୍ କଲେଜ ରୋଡ୍ ଠାରୁ ପି.ଟି.ଏସ ପର୍ଯ୍ୟନ୍ତ ରାସ୍ତାରେ ଏହି ଦିବସ ପାଳନ ଅବସରରେ ପ୍ରବଳ ଜନାସମାଗନ ହୋଇଥାଏ । ଏହି ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି, ବରିଷ୍ଠ ନାଗରିକ, ଘରୋଇ ବସ ମାଲିକ ସଂଘର ସଭାପତି ଓ ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

Related posts