ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେଉଥିବା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ -2024 ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାପୁର ସଦର ମହକୁମା ସମେତ ମହୁଲିଆ, ଫତେଗଡ଼ ଆଦି ବିଭିର୍ଣ୍ଣ ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସମିତ ସଦସ୍ୟ ଗୁଲସନ କୁମାର ଦାସ, ବର୍ଷା ପ୍ରିୟଦର୍ଶିନୀ, ଯୁଧିଷ୍ଠିର ବେହେରା, ସୋମ୍ୟା ସ୍ୱୟଂପ୍ରଭା, କାହ୍ନା ସାହୁ, ଅଂଶୁମାନ ସେଠି, ଗୋପାଳ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସାହୁ, ବାପୁନି ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା।


