ଭାପୁର ବନବିଭାଗ ପକ୍ଷରୁ ୭୫ତମ ବନ ମହୋତ୍ସବରେ ବୃକ୍ଷ ରୋପଣ

ଭାପୁର, (ନୟାଗଡ଼ ଦର୍ପଣ): ୭୫ ତମ ବନ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ବ୍ୟକ୍ତି ଗତ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅବସରରେ ଭାପୁର ଶ୍ରୀରାମ ମନ୍ଦିର ପରିସରରେ ଗୁରୁବାର ଦିନ ଖଣ୍ଡପଡା ଏବଂ ଭାପୁର ବନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏପରି ଏକ ମହନୀୟ କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଆହ୍ୱାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କଟକ ସଂସଦୀୟ କ୍ଷେତ୍ରରୁ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ ଏବଂ ବିଜୟ କୁମାର ସାମନ୍ତରାୟ, ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ରଣସିଂହ ଉପସ୍ଥିତ ରହି ଚାରାରୋପଣ କରିଥିଲେ।

ପୁନଶ୍ଚ ଭାପୁର ବଣିକ ସଂଘ ସଭାପତି କାର୍ତିକ ଚନ୍ଦ୍ର ନାୟକ, ବିଭିନ୍ନ ପଂଚାୟତର ଜନ ପ୍ରତିନିଧି, ସ୍ବେଛାସେବୀ, ଯୁବକମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ଚାରା ରୋପଣ କରିଥିଲେ। ଖଣ୍ଡପଡା ବନାଞ୍ଚଳ ଉପଖଣ୍ଡ ଅଧିକାରୀ ଉଦିତ ନାରାୟଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାପୁର ବନ ବିଭାଗ ଅଧିକାରୀ ବନମାଳୀ ରାଉତ, ନର୍ସରୀ ବିଭାଗୀୟ ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ସିଙ୍ଘାପଡା ବନପଳ କୈଳାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅଁଳା, ବାହାଡା, ବଉଳ ଆଦି ୬୦ରୁ ଉର୍ଦ୍ଧ୍ୱ କିସମ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ସାଫଲ୍ୟ ମଣ୍ଡିତ କରିଥିଲେ।

Related posts