କୁନି ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନୟାଗଡ଼ର ଶିଶୁ କନ୍ୟା ମୀରା ବୈଷ୍ଣବୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଳତୀପୁର ଗାଁର ଶିଶୁ କନ୍ୟା ମୀରା ବୈଷ୍ଣବୀ ବେହେରା ନିଜର ଅସାଧାରଣ ସ୍ମରଣଶକ୍ତି ଓ ପ୍ରତିଭା ବଳରେ ୨୦୨୬ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ନୟାଗଡ଼ ପାଇଁ ଗୌରବ ଆଣିଛନ୍ତି। ଅଳ୍ପ ବୟସରୁ ମୀରା ବୈଷ୍ଣବୀ ଅନର୍ଗଳ ଭାବେ ୨୮ଟି ରାଜ୍ୟ ଓ ସେଗୁଡ଼ିକର ରାଜଧାନୀର ନାମ, ୨୧ଟି ଜାତୀୟ ପ୍ରତୀକ ଓ ୨୧ଟି ଫଳର ନାମ କହିପାରୁଛନ୍ତି। ଏହା ସହିତ ୧୭ଟି ପ୍ରାଣୀ, ୨୦ଟି ପନିପରିବା, ୨୬ଟି ଭୌଗୋଳିକ ବସ୍ତୁ, ୬ଟି ଋତୁ, ୭ଟି ନର୍ସରୀ ରାଇମ୍ ଓ ୮ଟି ଗ୍ରହର ନାମ ମଧ୍ୟ ସହଜରେ କହିପାରୁଛନ୍ତି। ସେହିପରି ୧ରୁ ୩୦ ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟ ଅନର୍ଗଳ ଭାବେ ଗଣନା କରିପାରୁଛନ୍ତି। ତାଙ୍କର ଏହି ଅସାଧାରଣ ପ୍ରତିଭା ଓ ସ୍ମରଣଶକ୍ତି ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍…

Read More