ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ସର୍ବପୁରାତନ ପୂଜା ସମିତି ଭାବେ ପରିଚିତ ସାର୍ବଜନୀନ ଦୁର୍ଗାପୂଜା ସମିତିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଏନେଇ ଗତ ୨୬ ଅଗଷ୍ଟ ୨୦୨୬, ବୁଧବାର ଦିନ ପୂର୍ବତନ ସମ୍ପାଦକଙ୍କ ବାସଭବନରେ ବରିଷ୍ଠ ତଥା ପୂର୍ବତନ ସଭାପତି ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨୦୧୦ ମସିହାରେ ପାରିତ ସଂକଳ୍ପ ପତ୍ର ଅନୁଯାୟୀ ପୂର୍ବବତ୍‌ ନୟାଗଡ଼ ବିଧାୟକଙ୍କୁ ମୁଖ୍ୟ ଉପଦେଷ୍ଟା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅମଲା ସଂଘ ସଭାପତିଙ୍କ ସମେତ ସତ୍ୟନାରାୟଣ ପ୍ରଧାନ (ପୂର୍ବତନ ବିଧାୟକ, ରଣପୁର), ପ୍ରମୋଦ ପଟ୍ଟନାୟକ, ନିରଞ୍ଜନ ମିଶ୍ର, ଭବରଞ୍ଜନ ଦାସ, ଅରୁଣ କୁମାର ମହାନ୍ତି, ଦାମୋଦର ସାହୁ, ନିର୍ମଳ ସୁରଦେଓ, ଶ୍ରୀକାନ୍ତ କୁମାର ଖଟେଇ ଓ ରଞ୍ଜିତ…

Read More