୮୦ତମ ସ୍ବାଧିନତା ଦିବସ ଅବସରରେ ଆୟୋଜିତ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ, କ୍ଳଷ୍ଟରରୁ ଜିଲ୍ଲାସ୍ତର:ପ୍ରତି ପର୍ଯ୍ୟାୟରେ ପ୍ରଥମ

ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ଗ୍ରାଉଣ୍ଡରେ ଚମକିଲେ ଦୁଇ ପ୍ରତିଭା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଦୁଇ କୁନି ପ୍ରତିଭା ଦେବସ୍ମିତା ଓ ବିଶ୍ୱବିଜିତାଙ୍କ ଅଦ୍ଭୂତପୂର୍ବ କୃତିତ୍ୱ ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଓ ସୁନାମ ଅର୍ଜନ କରିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପୁଣିଥରେ ନିଜର ପ୍ରତିଭାର ପରାକାଷ୍ଠା ପ୍ରମାଣିତ କରିଛି। ଆଜି ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି। ଏହି ଉତ୍ସବରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ଯୋଗଦେଇ ବିଦ୍ଯାଳୟ ପ୍ରାଙ୍ଗଣରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମିଳିତ ପ୍ଯାରେଡରେ ପତାକା ଉତ୍ତୋଳନ କରିବା ସହିତ ସ୍ବାଧୀନତା ପାଇଁ ବଳିଦାନ କରିଥିବା ମହାପୁରୁଷ ମାନଙ୍କ ଅମରଗାଥା ବର୍ଣ୍ଣନା କରି ସ୍ବାର୍ଥ ତ୍ଯାଗ…

Read More

ନୟାଗଡ଼ରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପୋଲିସ୍ ଟ୍ରେନିଂ ସ୍କୁଲ୍ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି।  ଏହି ପବିତ୍ର ଦିବସର ପ୍ରାରମ୍ଭରେ ପ୍ରାତଃ ଘ.୦୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ରଯୋଗେ ରାମଧୂନ୍ ରେକର୍ଡ଼ିଂ ବଜାଯାଇ ସହର ପରିକ୍ରମା କରାଯାଇଥିଲା । ସକାଳ ଘ.୦୬.୩୦ମି. ସମୟରେ ପ୍ରଭାତଫେରୀ କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା କରାଯାଇଥିଲା ଏବଂ ସକାଳ ଘ.୦୭.୩୦ମି. ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସକାଳ ୮ଘଟିକା ସମୟରେ ତ୍ରିନାଥ ଛକ ଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ମଧୁମିତା ରଥ, ଅଧ୍ୟକ୍ଷ ଜିଲ୍ଲା…

Read More

ରାଷ୍ଟ୍ରପତି ପୁରସ୍କାର ପାଇବେ ନୟାଗଡ଼ ପିଟିଏସ୍‌ ପ୍ରିନ୍ସିପାଲ ଭବେଶ କୁମାର ନାୟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ୍‌ (ପିଟିଏସ୍‌)ର ପ୍ରିନ୍ସିପାଲ ଭବେଶ କୁମାର ନାୟକଙ୍କୁ ତାଙ୍କର ଉଲ୍ଲେଖନୀୟ ପୋଲିସ୍ ସେବା ଓ ଦକ୍ଷ ପ୍ରଶାସନିକ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ନୟାଗଡ଼ ପୋଲିସ୍ ମହଲ ଓ ବୁଦ୍ଧିଜୀବୀ ମହଲରେ ଖୁସି ପ୍ରକାଶ ପାଇଛି। ଶ୍ରୀ ନାୟକ ଜଣେ ଦକ୍ଷ ଉପ ଦୁର୍ଗପତି ଭାବେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ନୟାଗଡ଼ ପିଟିଏସ୍‌ର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା, ଶୃଙ୍ଖଳା ଓ ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଛନ୍ତି। ପୋଲିସ୍ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଶୃଙ୍ଖଳିତ କାର୍ଯ୍ୟପ୍ରଣାଳୀକୁ ଗୁରୁତ୍ୱ ଦେଇ ସେ ପିଟିଏସ୍‌ର ସୁନାମ ବୃଦ୍ଧିରେ ଅବଦାନ ରଖିଛନ୍ତି। ତାଙ୍କର ଉତ୍କୃଷ୍ଟ ସେବା ଓ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେଇ ରାଷ୍ଟ୍ରପତି…

Read More