‘ଜୟ ଶ୍ରୀରାମ’ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ମୁଖରିତ ହେଲା ସହର ନୟାଗଡ଼,(ନୟାଗଡ଼ ଦର୍ପଣ): ଅଯୋଧ୍ୟା ଧାମର ପବିତ୍ର ମାଟି କଳସ ନୟାଗଡ଼ରେ ପହଞ୍ଚିବା ପରେ ରବିବାର ସହରରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ନୟାଗଡ଼ ସଦର ପୋଲିସ ଷ୍ଟେସନ ରୋଡ୍ରେ ନିର୍ମାଣ ହେବାକୁ ଥିବା ଭାରତୀୟ ଜନତା ପାର୍ଟିର ନୂତନ ପାର୍ଟି କାର୍ଯ୍ୟାଳୟର ଶୁଭାରମ୍ଭ ନିମନ୍ତେ ଅଯୋଧ୍ୟାରୁ ଏହି ପବିତ୍ର ମାଟି କଳସ ଅଣାଯାଇଥିବା ଜଣାପଡ଼ିଛି। ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ମାଟି କଳସକୁ ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାର ସହ ସ୍ୱାଗତ କରାଯାଇଥିଲା। ଏହାପରେ ମନ୍ଦିରଠାରୁ ପୁରୁଣା ରାଜବାଟୀସ୍ଥିତ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଭାଜପାର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏହି କାର୍ଯ୍ୟକ୍ରମରେ…
Read MoreDay: August 9, 2026
ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା
‘ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢ଼ିର ଦାୟିତ୍ୱ’ ଶୀର୍ଷକରେ ପ୍ରତିଯୋଗିତା ନୟାଗଡ଼,(ନୟାଗଡ଼ ଦର୍ପଣ): ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢ଼ିର ଦାୟିତ୍ୱ ଶୀର୍ଷକ ଏକ ତର୍କ ପ୍ରତିଯୋଗିତା ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ବାସୁଦେବ ସାହୁ, ସମ୍ପାଦକ ଦିଲ୍ଲୀପ ମିଶ୍ର ଏବଂ କାର୍ଯ୍ୟକ୍ରମ ସଂଯୋଜକ ଅବିନାଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତର୍କ ପ୍ରତିଯୋଗିତାଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଶିକ୍ଷାବିତ୍ ମହମ୍ମଦ ଓମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ କବି ଗୋପୀନାଥ ସେଠୀ ଯୋଗଦେଇ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ। ନୟାଗଡ଼ର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ। ଯୁବପିଢ଼ିର ଗଣତନ୍ତ୍ର ପ୍ରତି ଦାୟିତ୍ୱ, ନାଗରିକ ସଚେତନତା ଓ ଦେଶ ଗଠନରେ ଯୁବସମାଜର…
Read Moreଅଗଷ୍ଟ କ୍ରାନ୍ତି ଦିବସରେ ରଣପୁରରେ ତ୍ରିରଙ୍ଗା ଯାତ୍ରା
ବୀର ଶହୀଦ ରଘୁ-ଦିବାକରଙ୍କୁ ଶ୍ରଦ୍ଧାଞ୍ଜଳି, ଦେଶଭକ୍ତିରେ ଉତ୍ସବମୁଖର ରଣପୁର ରଣପୁର, (ନୟାଗଡ଼ ଦର୍ପଣ): ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ରଣପୁରରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବୀର ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ବଳିଦାନକୁ ସ୍ମରଣ କରାଯାଇଥିଲା। ପରେ ରଣପୁର ନୂଆ ବସ୍ ଷ୍ଟାଣ୍ଡଠାରୁ ପଞ୍ଚୁଦୋଳ ପଡ଼ିଆ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା। ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ସହ ଶତାଧିକ ଲୋକ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଏହି ତ୍ରିରଙ୍ଗା ଯାତ୍ରାରେ ପୁରୀ ସଂସଦୀୟ କ୍ଷେତ୍ରର ସାଂସଦ ମାନନୀୟ ଡା. ସମ୍ବିତ ପାତ୍ର, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, ଗୋପାଳପୁର ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତରେଇଙ୍କ ସମେତ ସମସ୍ତ ପାରିଷଦ, ରଣପୁର କଲେଜର ଏନ୍ସିସି…
Read Moreସ୍ୱଚ୍ଛ ନୟାଗଡ଼ ଗଠନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ତଥା ସ୍ୱଚ୍ଛତା ପ୍ରତି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନ ସକାଳ ଘ.୭. ୩୦ ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ନୟାଗଡ଼ ପୌରପାଳିକା ପରିସର ପର୍ଯ୍ୟନ୍ତ ଚାଲିଥିଲା। ଏହି ଅଭିଯାନରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ , ପୌରପାଳିକା ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ସମେତ ସରକାରୀ କର୍ମଚାରୀ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ମାତ୍ରାରେ ଯୋଗଦେଇଥିଲେ। ଅଭିଯାନ ସମୟରେ ରାସ୍ତାପାର୍ଶ୍ୱ, ସରକାରୀ…
Read More