ଯୌତୁକ ନିଷେଧ ଅଧିନିୟମ-୧୯୬୧ ଉପରେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ (DSWO Section) ପକ୍ଷରୁ ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, CDO-cum-EO  ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣାଦେବ ସମାଦାର, DLSA ସଚିବ ଅଞ୍ଜଳୀ ମଛକୁନ୍ଦ, ଡେପୁଟି କଲେକ୍ଟର ତପତି ରାଜ, DSWO ଜୟଶ୍ରୀ ପଟନାୟକ, PO-cum-PO ସଞ୍ଜୁଲତା ପାଣିଗ୍ରାହୀ ଓ ଜିଲ୍ଲା ହବ୍‌ ଫର୍‌ ଏମ୍ପାୱରମେଣ୍ଟ ଅଫ୍‌ ଉଇମେନ୍‌ (DHEW)ର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ଉପସ୍ଥିତ…

Read More

ଲାଞ୍ଚ ନେଇ ବନ୍ଧା ହେଲେ ଜଙ୍କିଆ ADEO ପ୍ରଶାନ୍ତ ଭଟ୍ଟ

ରଣପୁର, (ନୟାଗଡ଼ ଦର୍ପଣ): ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ଲାଞ୍ଚଖୋର ମନୋବୃତ୍ତି ଏତେ ମାତ୍ରାରେ ବଢ଼ିଛି ଯେ, ବିନା ହାତଗୁଞ୍ଜାରେ କିଛି କାର୍ଯ୍ୟ ହେଉ ନାହିଁ। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆଙ୍କ ବୃତ୍ତିଗତ ଅଧିକାର। ନୟାଗଡ ଜିଲ୍ଲାଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟ ଆଜି ମଧ୍ୟାହ୍ନରେ ଗିରଫ ହୋଇଥିବା ଜଣାପଡ଼ିଛି। ଶ୍ରୀ ଭଟ୍ଟ ରାଜଜଙ୍କିଆର ଅକ୍ଷୟ କୁମାର ମାଝୀଙ୍କ ଠାରୁ ଆବାସ ଯୋଜନାରେ ମନରେଗା ଅର୍ଥ ଓ ବୋନସ ଅର୍ଥ ୪୨ ହଜାର ଟଙ୍କା ପାଇଁ ୯ ହଜାର ଟଙ୍କା ଦାବି କରି ଥିଲେ। ସେ ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ…

Read More

କଥା ଦେଇ କଥା ରଖିଲା ରୋଟାରୀ କ୍ଲବ, ନୟାଗଡ଼

ନୟାଗଡ଼,(ନୟାଗଡ଼ ଦର୍ପଣ): ସେବା ହିଁ ରୋଟାରୀର ପରିଚୟ, ଏହାକୁ ପ୍ରମାଣ କରିଛି ରୋଟାରୀ କ୍ଲବ ନୟାଗଡ଼। ଗତବର୍ଷ ଆର୍ଥିକ ଅନଟନ ମଧ୍ୟରେ ପାଠପଢ଼ା ଜାରି ରଖିବା ପାଇଁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମେଧାବୀ ଛାତ୍ରୀ ରଶ୍ମିତା ପରିଡାଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ମଧ୍ୟ ସହଯୋଗ ଜାରି ରଖିବ ବୋଲି କ୍ଲବ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ପ୍ରତିଶ୍ରୁତିକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ରଶ୍ମିତା ପରିଡାଙ୍କୁ ପୁଣିଥରେ  ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ଅର୍ଥନୀତି ବିଭାଗର ମୁଖ୍ୟ ଡ଼. ଦିଲ୍ଲୀପ ମିଶ୍ର, ଅଧ୍ୟାପିକା ରିଙ୍କୁ ଖାଡେଙ୍ଗା, ବନ୍ଦନା ନାୟକ ଓ ଅଧ୍ୟାପକ…

Read More

ଡାକ କ୍ଷେତ୍ରୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ନ କରିବା ପାଇଁ ସ୍ମାରକପତ୍ର

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାରେ ଡାକ ବିଭାଗର ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଗତ ୬ବର୍ଷ ହେଲା କାର୍ଯ୍ୟ କରୁଥିବାବେଳେ ଉକ୍ତ କାର୍ଯ୍ୟାଳାୟ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ରହିଛି । କିନ୍ତୁ ମୁଖ୍ୟ ଡାକପାଳ ନୟାଗଡ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ରଖିବାପାଇଁ ମସୁଧା ଚଳାଇଛନ୍ତି । ତେଣୁ ଶୁକ୍ରବାର ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୂଆ ଦିଲ୍ଳୀ ବିଭାଗୀୟ କେନ୍ଦ୍ର ସଚିବଙ୍କ ପାଖକୁ ଏକ ସ୍ମାରକପତ୍ର ନୟାଗଡ ଡାକ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରାଯାଇଛି । ସ୍ମାରକପତ୍ର ଦେବା ସମୟରେ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ, ସାମ୍ବାଦିକ ପ୍ରଭାସିନୀ ନନ୍ଦ, ସାମ୍ବାଦିକ ଲୋକନାଥ ମିଶ୍ର, ବିଭୂତି ପଟ୍ଟନାୟକ, ବିକ୍ରମ ସ୍ୱାଇଁ, ସତ୍ୟନାରାୟଣ ମିଶ୍ର, ଗୋକୁଳ ଷଡଙ୍ଗୀ, ପୁରୁଷୋତ୍ତମ…

Read More

ଇଟାମାଟି ଜୋନର ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ବିଜେପିକୁ ସମର୍ଥନ ଜଣାଇଲେ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ରାଜବାଟୀସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଇଟାମାଟି ଜୋନର ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ବିଜେପି ପ୍ରତି ସମର୍ଥନ ଜଣାଇ ଦଳର ସମର୍ଥକ ଭାବେ ସାମିଲ ହୋଇଥିଲେ। ପୃଥିବୀର ସର୍ବବୃହତ୍ତ ଗଣତାନ୍ତ୍ରିକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଓ ଜନକଲ୍ୟାଣମୂଳକ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇ ସେମାନେ ଭାରତୀୟ ଜନତା ପାର୍ଟି ପ୍ରତି ସମର୍ଥନ ପ୍ରକାଶ କରିଥିଲେ। ନୟାଗଡ଼ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ଉପସ୍ଥିତିରେ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଏବଂ ବରିଷ୍ଠ ପଦାଧିକାରୀମାନେ ଏହି ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଓ ଅଭିନନ୍ଦନ…

Read More

ନୋତର ପଞ୍ଚାୟତର ୪୦୦ରୁ ଅଧିକ ବିଜେଡି କର୍ମୀ ବିଜେପିରେ ସାମିଲ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟକ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ ଦେଉଛନ୍ତି। ବିଜେପିର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ଉପସ୍ଥିତିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବର୍ତ୍ତମାନର ସମିତି ସଭ୍ୟା ଗୋଲାପ ଦଳବେହେରା, ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୪୦୦ରୁ ଅଧିକ ବିଜେଡି କର୍ମୀ ଓ ୧୦ରୁ ଅଧିକ ବର୍ତ୍ତମାନର ୱାର୍ଡ ସଦସ୍ୟ ବିଜେଡି…

Read More

୩୫୦ରୁ ଅଧିକ ଯୁବକଙ୍କ ବାଇକ୍ ରାଲିରେ ରାଣୀ ମାଙ୍କୁ ଭବ୍ୟ ସ୍ୱାଗତ; ୨୦୦୦ରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ବିଜେପିରେ ହେବେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପୁରୁଣା ରାଜବାଟୀ ପରିସରରେ ଆଜି ଏକ ଉତ୍ସାହପୂର୍ଣ୍ଣ ରାଜନୈତିକ ପରିବେଶ ସୃଷ୍ଟି ହୋଇଥିଲା। ନବଘନପୁର ଗ୍ରାମର ଯୁବନେତା କବିରାଜ ସାହୁଙ୍କ ନେତୃତ୍ୱରେ ପ୍ରାୟ ୩୫୦ରୁ ଅଧିକ ଯୁବକ ଘଡୁଆଳ ଠାରୁ ଏକ ବିଶାଳ ବାଇକ୍ ରାଲି କରି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପୁରୁଣା ରାଜବାଟୀକୁ ପାଛୋଟି ଆଣି ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ କବିରାଜ ସାହୁ ପ୍ରତ୍ୟୁଷାଙ୍କୁ ନବଘନପୁର ଗ୍ରାମ ପଞ୍ଚାୟତରେ ଏକ ବିରାଟ “ମିଶ୍ରଣ ପର୍ବ” ଆୟୋଜନ ପାଇଁ ତାରିଖ ଘୋଷଣା କରିବାକୁ ଅନୁରୋଧ କରିଥିଲେ। ପ୍ରତ୍ୟୁଷା ଏହି ଅନୁରୋଧକୁ ସ୍ୱୀକାର କରି ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ମିଶ୍ରଣ ପର୍ବରେ ନବଘନପୁର ଗ୍ରାମ ପଞ୍ଚାୟତର ପ୍ରାୟ ୨୦୦୦ରୁ…

Read More