ଦାସିଆ ଅଜାଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଶିଶୁ ସୁରକ୍ଷା ଅଧ୍ୟକ୍ଷ…

Read More

ଦାସିଆ ଅଜାଙ୍କ ୧୧୯ତମ ଜୟନ୍ତୀ ପାଳନ କଲା ପୂଜ୍ୟପୂଜା କମିଟି

ନୟାଗଡ଼,(ନୟାଗଡ଼ ଦର୍ପଣ): ପାଠାଗାର ଆନ୍ଦୋଳନର ଆଗଧାଡିର ନାୟକ, ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ ତମ ଜୟନ୍ତୀ ଅବସରରେ ପୂଜ୍ୟପୂଜା କମିଟି, ନୟାଗଡ଼ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ନୟାଗଡ଼ ବଜାର ସ୍ଥିତ ପ୍ରତିମୂର୍ତ୍ତି ନିକଟରେ ସମାପନ ହୋଇଯାଇଛି। ପୂଜ୍ୟପୂଜା କମିଟି ସଭାପତି ଶ୍ରୀ ପ୍ରଶନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଧୁପ ଦୀପ ପ୍ରଦାନ କରାଯାଇଥିଲା। କମିଟି ର ବରିଷ୍ଠ ସଦସ୍ୟ ରାମକୃଷ୍ଣ ରଥ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ କୃତିତ୍ୱ ଓ ଅବଦାନ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦଶ ପଇସାର ରାଜା ଦାସିଆ ଅଜା ଅମର ରହେ ସ୍ଲୋଗାନ ଦେଇଥିଲେ ଉପସ୍ଥିତ ସଂସ୍କୃତି ପ୍ରେମୀ ମାନେ । ଏହି କାର୍ଯ୍ୟକ୍ରମରେ ସିଭିଲ ସୋଆଇଟ ନୟାଗଡ଼ର ଚେୟାରମ୍ୟାନ ଗୋଦାବରୀଶ…

Read More