ନୟାଗଡ଼,(ନୟାଗଡ଼ ଦର୍ପଣ): ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧକ୍ଷତାରେ ଦିବା ୧୦ ଘଟିକା ସମୟରେ ଓସ୍ୱାନ ସଭାକକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତ ସଦସ୍ୟ ମାନଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଯୋଗ ଦିବସ ଗ୍ରାମ ପଞ୍ଚାଯତ, ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟରେ ଏକା ସାଙ୍ଗରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ଯେପରି ଭାଗ ନେଇ ପାରିବେ ସେ ଉପରେ ଜିଲ୍ଲାପାଳ ସମସ୍ତ ସଦସ୍ୟଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମଟି ଆସନ୍ତା ତା ୨୧ ଜୁନ ୨୦୨୬ ରିଖ ପ୍ରାତଃ ୦୬ ଘଟିକାରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ବ୍ୟକ୍ତି ବିଶେଷଙ୍କର ନାମ ପଞ୍ଜୀକୃତ କରାଯିବା ପାଇଁ…
Read MoreDay: June 18, 2026
ନୟାଗଡ଼ ଜିଲ୍ଲାର ନିଟ୍ (NEET) ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା
ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗ ପକ୍ଷରୁ ଜୁନ ୨୧ରେ ହେବାକୁ ଥିବା ‘ଏନ୍ଇଇଟି ’(NEET) ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ସରକାରୀ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ପରୀକ୍ଷାର୍ଥୀମାନେ ଓଏସ୍ଆର୍ଟିସି ଓ ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ନୟାଗଡ ପୁରୁଣା ବସ୍ଷ୍ଟାଣ୍ଡ ମେଡିକାଲ ଛକରୁ ଆଡ୍ମିଟ୍ କାର୍ଡ ଦେଖାଇ ନିଃଶୁଳ୍କ ଯାତ୍ରା କରିପାରିବେ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଓଏସ୍ଆର୍ଟିସି ତରଫରୁ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ବସ୍ଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପୂର୍ବରୁ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ପରୀକ୍ଷା ସରିବା ପରେ । ସମସ୍ତ ପରୀକ୍ଷାର୍ଥୀ ନିଜ ନିଜ ସ୍ଥାନକୁ ଫେରିବା ପର୍ଯ୍ୟନ୍ତ ଏହି ନିଃଶୁଳ୍କ ସେବା ଜାରି ରହିବ ।…
Read More