ଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ଓ ସହଯୋଗୀ ଆଶୁତୋ

୧ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ       ମାଡ଼ିବସିଲା ଭିଜିଲାନ୍ସ ଟିମ୍ ଭାପୁର, (ନୟାଗଡ଼ ଦର୍ପଣ): ଲାଞ୍ଚ ନେବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଜଣେ ଠିକାଦାରଙ୍କ ବିଲ କରିବା ଏବଂ ସିକ୍ୟୁରିଟି ଜମା ଟଙ୍କା ଫେରସ୍ତ ପାଇଁ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ନୟାଗଡ ଜିଲ୍ଲା ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଓ ସହଯୋଗୀ ଆଶୁତୋଷ ବଳିଆର ସିଂ। ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧-୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କାମର ବିଲ୍ କ୍ଲିୟରିଂ ଏବଂ ସିକ୍ୟୁରିଟି ଜମା ଫେରସ୍ତ କରିବା ପାଇଁ ଜଣେ ଠିକାଦାର ଠାରୁ ୧,୩୬,୦୦୦(୧ ଲକ୍ଷ ୩୬ହଜାର) ଟଙ୍କା ଲାଞ୍ଚ ଦାବି କରୁଆସୁଥିଲେ । ଆଜି ସକାଳ ସମୟରେ…

Read More

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡା କ୍ରସର ନିକଟରେ ଥିବା ଏକ ଖଣିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ପ୍ରତାପ କୁମାର ପାଟଶାଣୀ (୩୫), ତାଙ୍କ ଘର ଟାଙ୍ଗୀ ଗ୍ରାମ ପଞ୍ଚାୟତର ନୂଆପଡା ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ଶୌଚ ପାଇଁ ଖଣି ନିକଟକୁ ଯାଇଥିବା ବେଳେ ପାଣିରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ପରେ ସେମାନେ ଏନେଇ ଚାନ୍ଦପୁର ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜବତ କରିଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରତାପ କିଛି ଦିନ ହେଲା ଘରୁ ନିଖୋଜ ଥିଲେ। ଏନେଇ ଚାନ୍ଦପୁର ଥାନାରେ ପୂର୍ବରୁ ଏକ ନିଖୋଜ ଅଭିଯୋଗ…

Read More