ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ସଦରଥାନା ପୁଲିସକୁ ଆଜି ପୁଣି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ଖୁଣ୍ଟୁବନ୍ଧ ସ୍ଥିତ ଘର ପଛପାଖରେ ରହିଥିବା ଗୋଦାମ ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଓ ଖଇନି ଜବତ କରିଛି । ଖୁଣ୍ଟୁବନ୍ଧ ଗାଁ ମଝିରେ ରହିଥିବା ନିଜ ବାସଭବନ ପଛ ପାଖରେ ଏକ ବିଶାଳ ଗୋଦାମ କରାଯାଇଥିବା ନେଇ ପୁଲିସ ଖବର ପାଇଥିଲା । ସଦରଥାନା ଅଧିକାରୀ ପ୍ରିୟତମା ବେହେରା ସଦଳବଳେ ଚଢ଼ାଉ କରିଥିଲେ । ଘର ଭିତର ଓ ବାହାର ତାଲା ଝୁଲୁଥିବା ବେଳେ ଘରେ ଭିତରେ ରହିଥିବା ଲୋକେ ଭୟରେ ଖୋଲି ନଥିଲେ । ପୁଲିସ ଘର ପଛର ପାଖରୁ ଭିତରକୁ ପଶି…
Read More