୬୯ତମ ତିନି ଦିନିଆ ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ

ବାଳକ-ବାଳିକା ବର୍ଗରେ କଟକ ଚମ୍ପିୟାନ ବାଳକ ବର୍ଗରେ ନୟାଗଡ ରନର୍ସଅପ୍ ଓ ବାଳିକା ବିଭାଗରେ ଗଞ୍ଜାମ ରନର୍ସଅପ୍ ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ସ୍ଥିତ ପି.ଏମ୍.ଶ୍ରୀ. ବି.ସି. ହାଇସ୍କୁଲରେ ୬୯ତମ ଓଡିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ଚାମ୍ପିୟନସିପ୍ (ଉଭୟ ବାଳକ ଓ ବାଳିକା ବର୍ଗ) ଆସନ୍ତା ୧୬ ଡିସେମ୍ବରରୁ ୧୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦଳଗୁଡ଼ିକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବାଳିକା ସେମିଫାଇନାଲ ମ୍ୟାଚରେ ଗଞ୍ଜାମ ମାଲକାନଗିରିକୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଥିବା ବେଳେ, ଅନ୍ୟ ସେମିଫାଇନାଲରେ କଟକ ନୟାଗଡକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ଫାଇନାଲ ମ୍ୟାଚରେ କଟକ ଓ ଗଞ୍ଜାମ ମଧ୍ୟରେ ହୋଇଥିବା ହାର୍ଡଫାଇଟ୍ ମୁକାବିଲାରେ କଟକ ଦଳ ଚମ୍ପିୟାନ ହୋଇଥିବା ବେଳେ ଗଞ୍ଜାମ ରନର୍ସଅପ୍ ହୋଇ ସମ୍ମାନ ଅର୍ଜନ…

Read More

‘ଅଙ୍କୁରାୟନ’ର ଦ୍ଵିତୀୟ ଦିବସ ଡ଼ଃ. ସୁରେଶ ବରାଡ଼ଙ୍କ ଆଭାସ ଗଳ୍ପ ‘ଲୁହ’ ଲୋକାର୍ପିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଦ୍ୱିତୀୟ ଦିବସରେ ବିଶିଷ୍ଟ କବି, ଲେଖକ, କାବ୍ୟକାର, ନାଟ୍ୟକାର, ଗାଳ୍ପିକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଆଭାସ ଗଳ୍ପ “ଲୁହ” ଲୋକାର୍ପିତ ହୋଇଯାଇଛି। ଗ୍ରୀନ କ୍ଳବର ସଭାପତି ବିଭୁପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ ଗୋବିନ୍ଦ ଚନ୍ଦ୍ର ଦାଶ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମଙ୍ଗରାଜ,  ଷ୍ଟେଟ ସ୍କାଉଟ ଟ୍ରେନର, ରମେଶ କୁମାର ବଳବନ୍ତରାୟ, କବି ଦିନବନ୍ଧୁ ମହାପାତ୍ର ଓ ମଞ୍ଚ…

Read More

ନୟାଗଡ଼ କଂଗ୍ରେସ ପକ୍ଷରୁ ବିଜେପି ସରକାର ବିରୁଦ୍ଧରେ ନାରାବାଜି ସହ  ବିକ୍ଷୋଭ ପ୍ରଦର୍ଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ଼ ମନିଲଣ୍ଡେରିଙ୍ଗ ଶହଶହ କୋଟି ଟଙ୍କା ହଡପ କରିଥିବା ଦର୍ଶାଇ କେନ୍ଦ୍ର ବିଜେପି ସରକାର ତାଙ୍କ ପୋଷା ସିବିଆଇ ଇଡି ଲଗାଇ ଗାନ୍ଧୀ ପରିବାର ବିରୁଦ୍ଧରେ ମିଛ କେଶ କରି କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦୀର୍ଘ ୧୨ବର୍ଷ ଧରି ଦିଦିନ ଧରି ପଚାରାଉଚୁରା କରି ମାନସିକ ନିର୍ଯାତନା ଦେଇ ଦେଶବାସୀଙ୍କ ଆଗରେ ନିନ୍ଦିତ କରିବା ଭଳି ମନ୍ଦ ଉଦ୍ଧେଶ୍ୟ ରଖି କଂଗ୍ରେସ ଦଳ ବିରୁଦ୍ଧରେ ନାନାଦି ଅପପ୍ରଚାର କରି ଆସୁଥିଲେ। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡି ସିବିଆଇ ଦ୍ୱାରା ଦିଲ୍ଲୀ ରାଉଜ ଆଭେନିୟୁ ଅଦାଲତରେ ଦାଖଲ ହୋଇଥିବା ମିଥ୍ୟା ଦସ୍ତାବିଜ କୌଣସି ଠୋସ ଅଭିଯୋଗ ସମ୍ପର୍କିତ ପ୍ରାମାଣିକ ତଥ୍ୟାବଳୀ ଉଲ୍ଲେଖ କରାଇବାରେ ସିବିଆଇ…

Read More

ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଉଦବୋଧନୀ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଯୁଗ ପୁରୁଷ ସ୍ବାମୀ ବିବେକାନନ୍ଦ ଭାରତୀୟ ସଂସ୍କୃତି, ପରମ୍ପରା ଓ ବେଦ ବେଦାନ୍ତଦର୍ଶନର ବାର୍ତ୍ତାଵହ। ବିଶେଷ କରି ପାଶ୍ଚାତ୍ୟ ଜଗତରେ ଭାରତୀୟ ହିନ୍ଦୁ ଧର୍ମର ମହନୀୟତା ଏବଂ ଗରିମାକୁ ବିଶ୍ଵ ବିଖ୍ୟାତ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ଆଜି ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡାଠାରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ଉଦବୋଧନୀ ସମାବେଶରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ନାୟକ ସଭାପତିତ୍ତ୍ଵ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଉଷାରାଣୀ ପଟ୍ଟନୟକ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର…

Read More