ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବିଭିର୍ଣ୍ଣ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବୁଲି ଶକ୍ତି ସଂରକ୍ଷଣବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ୨୦ ରୁ ୧୨ ଜଣ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ସ୍ଥାନୀୟ ରୋହିବାଙ୍କ ପଞ୍ଚାୟତ, ରୋହିବାଙ୍କ ବନରକ୍ଷୀଙ୍କ କାର୍ଯ୍ୟାଳୟ ଆଦି ବୁଲି ଶକ୍ତି ସରଂକ୍ଷଣ ବାର୍ତ୍ତା ପ୍ରେରଣ କରିବା ସହିତ ଅଫିସ କାନ୍ଥରେ ସରଂକ୍ଷଣ ପୋଷ୍ଟର ମାରିଥିଲେ। ଏସବୁ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ପିଲାଙ୍କୁ ସହଯୋଗ କରିଥିଲେ। ପ୍ରଥମେ ପୂର୍ଵ ପ୍ରସ୍ତୁତ ମତେ ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ସୂଚନା କ୍ରମେ ବିଭିର୍ଣ୍ଣ ପୋଷ୍ଟର, ଲିଫଲେଟ କୁ…
Read MoreDay: December 14, 2025
ପଠାଣି ସମାନ୍ତ ଜୟନ୍ତୀ ସମାରୋହ,ସଂସ୍କୃତି ଗବେଷକ ପ୍ରବୀର ପଟ୍ଟନାୟକଙ୍କୁ ‘ନୟାଗଡ଼ ଗୌରବ’ ସମ୍ମାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଶ୍ରୁତ ନଭବିଜ୍ଞାନୀ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ.ଗଣେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ବୌଦ୍ଧ ଓ ସଂସ୍କୃତି ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା ।ସେହିଭଳି ଅନୁଷ୍ଠାନ ପକ୍ଷରୁ ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’,…
Read Moreନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୮୫ଟି ମାମଲା ଫଏସଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭୩୫୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୦୧ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୫ ଟି ଫଇସଲା କରାଯାଇ ୧୪୯୬୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୯ ଟି ମାମଲା ଫଇସଲା କରାଯାଇ ୮୪୦୦୦ ଟଙ୍କା ଆଦାୟ କରଯାଇଥିଲା। ସେଥି ମଧ୍ୟରୁ ଦୁଇଟି ବିବାହ ଜନିତ ସ୍ବାମୀ ସ୍ତ୍ରୀ କେସରେ ପରିବାର ଅଦାଲତ ବିଚାରପତିଙ୍କ ଦୃଢ ପ୍ରଚେଷ୍ଟାରେ ସ୍ବାମୀ ସ୍ତ୍ରୀ ଏକାଠି ହୋଇ…
Read More