ପ୍ରେମିକାଙ୍କୁ ଲୁଚି ଲୁଚି ଦେଖା କରିବାକୁ ଆସି ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ପ୍ରେମିକର ମୃତ୍ୟୁ

ପଙ୍କୁଆ-କଳସାଖମଣ ରାସ୍ତା କଡ଼ରୁ ମିଳିଥିବା ମୃତ ଯୁବକଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କଲା ଦଶପଲ୍ଲା ପୋଲିସ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଚଡ଼େୟାପଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ବେଳେ ଗତ ୨୭ତାରିଖ ପୂର୍ବାହ୍ଣରେ ପଙ୍କୁଆ–କଳସାଖମଣ ରାସ୍ତାର ଉଦୁଡ଼ା ନିକଟରୁ ପୋଖରୀଗୋଛା ପଞ୍ଚାୟତ ଚିନାପହଁରା ଗ୍ରାମର ହରି ଥାଟେଇ(୨୩)ଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ହରି ବ୍ରହ୍ମପୁରର ଏକ ଏକାଡ଼େମିକରେ ରହି ସୈନ୍ୟ ବାହିନୀରେ ସାମିଲ ହେବାକୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଘରକୁ ଫରିବା ରାସ୍ତାରେ ହଠାତ୍ ମୃତଦେହ ପଡ଼ିବା ଘଟଣା ଯେକୈାଣସି ବ୍ୟକ୍ତିଙ୍କ ମନକୁ ସନ୍ଦେହ ଆଣିଥିଲା। ମାଓବାଦୀଙ୍କ ଗତିବିଧି ରହୁଥିବା ହେତୁ ପ୍ରାଥମିକ ଭାବେ ଯେକେହି ମାଓବାଦୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲା। ମାତ୍ର ହରିଙ୍କ ପ୍ୟାଣ୍ଟ ପକେଟରୁ ଜବତ ହୋଇଥିବା ମୋବାଇଲକୁ ନେଇ ପୁଲିସ ସିଡ଼ିଆର୍ ଯାଞ୍ଚ କରିବା…

Read More