ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଅଧ୍ୟାପକ ଡ. ବାନାମ୍ବର ପୃଷ୍ଟି, ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧିବକ୍ତା ଚନ୍ଦ୍ରବିଜୟୀ ମିଶ୍ର, ପରମ୍ପରା ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ, ଜିଲ୍ଲାସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ଵାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ-୨୦୨୫ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ‘ଆରଣ୍ୟକ’ ପ୍ରକାଶ ହେବାକୁ ଯାଉଥିବାରୁ ଇଚ୍ଛୁକ ବ୍ୟକ୍ତିଙ୍କ ଠାରୁ ଲେଖା ଆମନ୍ତ୍ରଣ କରାଯାଉଛି । ନୟାଗଡ଼ ଜିଲ୍ଲା ସମ୍ବନ୍ଧୀୟ କଳା,ସଂସ୍କୃତି, ପର୍ଯ୍ୟଟନ, ପ୍ରସିଦ୍ଧ ଚରିତ୍ର, ଐତିହ୍ୟ, ଜନଜୀବନ ଉପରେ ଓଡ଼ିଆ ଭାଷାରେ ୧୦୦୦(ଏକ ହଜାର)ଶବ୍ଦ ବିଶିଷ୍ଟ ଗଦ୍ୟ ଭିତ୍ତିକ…
Read MoreDay: November 29, 2025
ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରେରଣା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ, ନିୟମିତ ଉପସ୍ଥିତି, ଶିକ୍ଷା ପ୍ରତି ରୁଚି ତଥା ଆତ୍ମବିଶ୍ୱାସ ବୃଦ୍ଧି,ଭବିଷ୍ୟତ ପାଇଁ ପ୍ରସ୍ତୁତି, ନକାରାତ୍ମକ ପ୍ରବୃତ୍ତି ହ୍ରାସ ଏବଂ ଭଲ ଆଚରଣ ଗଠନ ପାଇଁ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ରେ ଅନୁଭବ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ‘ପ୍ରେରଣା’ ଆୟୋଜିତ ହୋଇଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ପୂର୍ବତନ ସଦସ୍ୟ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ଯୋଗଦାନ କରି ପିଲାମାନେ କିପରି ଭଲ ମଣିଷ ହୋଇ ଭବିଷ୍ୟତରେ ନିଜର ରୁଚି ଓ ଦକ୍ଷତା ଅନୁଯାଇ କ୍ୟାରିୟର ଗଠନ କରି ପାରିବେ ତାହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା…
Read Moreଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋଲିଲା କ୍ୟାନସର୍ ପରାମର୍ଶ କକ୍ଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି କ୍ୟାନସର୍ ପରାମର୍ଶ କକ୍ଷ ଉଦଘାଟିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସ୍ପର୍ଶ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ଏହି ପରାମର୍ଶ କକ୍ଷ ଖୋଲାଯାଇଥିବା ଜଣାପଡ଼ିଛି। ସପ୍ତାହର ପ୍ରତ୍ୟେକ ଶନିବାର ସ୍ପର୍ଶ ହସ୍ପିଟାଲରୁ କ୍ୟାନସର୍ ସ୍ପେଶାଲିଷ୍ଟ ଡାକ୍ତର ରୋଗୀଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ ସିଏମଡି ଡା. ପ୍ରିୟବ୍ରତ ଧିର, ଡିଜିଏମ୍ ଅସିତ୍ କୁମାର ପ୍ରହରାଜ, ଜିଏମ୍ ସୈାମେନ୍ଦ୍ର ମିଶ୍ରଙ୍କ ସହ ସ୍ଥାନୀୟ କର୍ମଚାରୀ ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ…
Read More