ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’’ ସମ୍ମାନ ପାଇବା ପାଇଁ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ୱୀ ଗବେଷକ ଶ୍ରୀଯୁକ୍ତ ପ୍ରବୀର କୁମାର ପଟ୍ଟନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର ‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ‘ପଠାଣି ସାମନ୍ତ ସେବା ସମ୍ମାନ’, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁ ‘ପଠାଣି ସାମନ୍ତ ଶିକ୍ଷ୍ୟାଜ୍ୟୋତି ସମ୍ମାନ’, ସଙ୍ଗୀତ ସାଧକ ଶିବନାରାୟଣ ପଟ୍ଟନାୟକ ‘ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ’, କ୍ରୀଡ଼ାବିତ୍ ତଥା ଫୁଟବଲ ପ୍ରେମୀ ଜନାବ ହଜରତ୍ଅଲ୍ଲୀ ଖାଁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’, ସ୍ୱନାମଧନ୍ୟ ସଙ୍ଗଠକ ରାମେଶ୍ଵର ଶତପଥୀ ‘ ପଠାଣି ସାମନ୍ତ ଜନ ସଂଗଠକ ସମ୍ମାନ’, କଣ୍ଠଶିଳ୍ପୀ,…
Read MoreDay: November 28, 2025
ଡିସେମ୍ବର ୮ରୁ ୧୨ ରାଜସୁନାଖଳା ମହୋତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ସମସ୍ତ ସଦସ୍ୟଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ତେଣୁ ପ୍ରତ୍ୟେକ ବର୍ଷ ଠାରୁ ଚଳିତ ବ୍ୟାପକ ଭାବେ କରିବାକୁ ନିଷ୍ପତି ହୋଇଛି। ସ୍ଥାନୀୟ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଆସନ୍ତା ଡିସେମ୍ବର ୮ରୁ ୧୨ତାରିଖ ପର୍ଯ୍ୟନ୍ତ ସିଟି ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନୂଆ ରୂପରେ, ନୂଆ ଢଙ୍ଗରେ ଏବଂ ସିନେ ଉତ୍ସବ ଶୈଳୀରେ ଆୟୋଜନ…
Read Moreବିଶିଷ୍ଟ ନାଟ୍ୟ ସଂଗଠକ ମି.କାଳିଆଙ୍କୁ ଭଞ୍ଜକଳା ମଣ୍ଡପରେ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଚମତ୍କାର’ର ସଭାପତି ତଥା ‘ନାଟ୍ୟଧାରା’ର ସମ୍ପାଦକ ତଥା ନାଟ୍ୟ ସଂଗଠକ ଲକ୍ଷ୍ମୀଧର ମହାପାତ୍ରଙ୍କୁ ଭଞ୍ଜକଳା ମଣ୍ଡପ, ଭୁବନେଶ୍ୱର ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ନାଟକ ମହୋତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପସ୍ଥିତ ଅତିଥି ମାନେ ଶ୍ରୀ ମହାପାତ୍ରଙ୍କୁ ଜଣେ ସୁଦକ୍ଷ ନାଟ୍ୟ ସଂଗଠକ, ନାଟ୍ୟକାର, ନାଟ୍ୟ ଅଭିନେତା ତଥା ସମାଜସେବୀ ଭାବେ ସମଗ୍ର ଜିଲ୍ଲାରେ ବେଶ ଜଣାଶୁଣା ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀ ମହାପାତ୍ର ସମଗ୍ର ନୟାଗଡ଼ ଅଞ୍ଚଳରେ ମି.କାଳିଆ ଭାବେ ସମସ୍ତଙ୍କ ନିକଟରେ ଅତି ପରିଚିତ। ତାଙ୍କରି ପ୍ରଚେଷ୍ଟାରେ ନୟାଗଡ଼ ସହରରେ ପ୍ରତ୍ୟେକ ବର୍ଷ…
Read Moreଚମ୍ପାଗଡ ଗ୍ରାମପଞ୍ଚାୟତରେ ଅଙ୍ଗନବାଡି କର୍ମୀ ସସ୍ମିତା ଛୁଆଳସିଂହଙ୍କ ମନରେଗା ଆଇନ ଏବଂ ସରକାରୀ କର୍ମଚାରୀ ଆଚରଣ ଆଇନକୁ ଖୋଲାଖୋଲି ଉଲଙ୍ଘନ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସସ୍ମିତା ଛୁଆଳସିଂହ ପ୍ରଧାନ ମନରେଗା ଆଇନ ଏବଂ ସରକାରୀ କର୍ମଚାରୀ ଆଚରଣ ଆଇନର ଖୋଲାଖୋଲି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଅଛି ।ସସ୍ମିତା ଛୁଆଳସିଂହ @ ପ୍ରଧାନ ଚମ୍ପାଗଡ-୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।ପ୍ରଥମତଃ ଛୁଆଳସିଂହ ଜଣେ ସରକାରୀ କର୍ମଚାରୀ ଥିବା ସତ୍ତ୍ୱେ ସେ ବେଆଇନ୍ ଭାବେ ନିଜ ନାମରେ ଏକ ଜବକାର୍ଡ ରଖିଛନ୍ତି, ଯାହାର ନଂ – OR-22-008-029-004/19676, ସେ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରି ସରକାରଙ୍କ ଠାରୁ ମାସିକ ବେତନ ପାଉଥିଲେ ମଧ୍ୟ MGNREGAର ବିଭିନ୍ନ କାର୍ଯ୍ୟରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଛନ୍ତି ଏବଂ ତାଙ୍କ ସ୍ଵାମୀ ଦେବରାଜ ଛୁଆଳସିଂହ ଜଣେ ପ୍ରବାସୀ ଶ୍ରମିକ…
Read More