ନୟାଗଡ଼, (ନୟାଗଡ଼ ଦର୍ପଣ): ସମଗ୍ର ଦେଶରେ ଚାଲିଥିବା ଶୂନ ମୃତାହତ ପକ୍ଷ ଅବସରରେ ନୟାଗଡ଼ ଜିଲ୍ଲାର ସର୍ବପୁରାତନ କେ.ସି କ୍ଲବ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କିତ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିକୁ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳଚନ୍ଦ୍ର ମହାନ୍ତି ଉଦଘାଟନ କରିଥିବାବେଳେ ଟ୍ରାଫିକ ଇନ୍ସପେକ୍ଟର ସ୍ୱୟଂପ୍ରଭା ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ରାଲି ନୟାଗଡ଼ ସହର ପରିକ୍ରମା କରି ମହୀପୁର ଠାରେ ସମାପ୍ତ ହୋଇଥିଲା। ଏହି ଅବସରରେ କ୍ଲବର ସଭାପତି ଭାଗିରଥି ଦାସଙ୍କ ସଭାପତିତ୍ୱରେ ବିଭିନ୍ନ ଜାଗାରେ ଅନୁଷ୍ଠିତ ପଥପ୍ରାନ୍ତ ସଚେତନତା ସଭାକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ବହୁ ସଭ୍ୟ ଯୋଗଦେଇ ଏହି ବାଇକ ଶୋଭାଯାତ୍ରା ଜନିତ ସଚେତନତା କାର୍ଯ୍ୟକ୍ରମରେ…
Read MoreDay: November 24, 2025
ଭଏସ୍ ଅଫ୍ ନୟାଗଡ଼ ବିଜେତା ହେଲେ ପ୍ରୀତିପଦ୍ମା ମିଶ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ କ୍ଲବ୍ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍-୬ ର ଫାଇନାଲ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନନୀୟ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଭଏସ୍ ଅଫ୍ ନୟାଗଡ଼ ବିଜେତାଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଶୋକ କୁମାର ଗାଣ୍ଠିଆ ଓ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ଯାପକ ଲଳିତ କୁମାର କର ଯୋଗଦେଇ…
Read More