ଦଶପଲ୍ଲା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା…

Read More

ଦୁର୍ନୀତି ନିବାରଣ ସପ୍ତାହ-୨୦୨୫ ପାଳନ ଉପଲକ୍ଷେ ଶପଥ ପାଠ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ୨୦୨୫ (ତା.୨୭.୧୦.୨୦୨୫ ରିଖ ଠାରୁ ତା.୦୨.୧୧.୨୦୨୫ରିଖ) ପାଳନ ଅବସରରେ ଆଜି ଦିବା ୧୧ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ତପତୀ ରାଜ, ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲା ତଥା ସମସ୍ତ ବ୍ଲକ ଅନ୍ତର୍ଗତ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ଯ ଅନୁଷ୍ଠିତ ହୋଇଛି ।

Read More

ଭାପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଭାପୁର,(ନୟାଗଡ଼ ଦର୍ପଣ) : ଭାପୁର ବ୍ଲକରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ, ଭାପୁର ବିଡ଼ିଓ, ତହସିଲଦାରଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ୍ରରେ ମୋଟ ୬୮ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୬୧ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୩ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୪ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା, ରେଡ଼କ୍ରସ ସହାୟତା ପାଇଁ…

Read More