ୟୁନିଟେକ ପବ୍ଲିକ ସ୍କୁଲରେ ଶୈକ୍ଷିକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ୟୁନିଟେକ ପବ୍ଲିକ ସ୍କୁଲରେ ଆଜି ଶୈକ୍ଷିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ଇଁରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଏବଂ ହିନ୍ଦୀ ସବୁ ବିଷୟରେରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ମୋଟ ୧୫୯ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ନୟାଗଡରେ ପ୍ରଥମ ଥର ପାଇଁ ଏହିଭଳି ପ୍ରଦର୍ଶନୀ ହେଇଅଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରଦୀପ ପ୍ରଜ୍ବଳନ କରି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।  ଏହି ପ୍ରଦର୍ଶନୀରେ ବିଚାରକ ମଣ୍ଡଳୀରେ ବିଜ୍ଞାନ ପ୍ରକଳ୍ପ ସବୁକୁ ଅଧ୍ୟାପିକା ଗୀତାଞ୍ଜଳି ତ୍ରିପାଠୀ, ଭାରତୀ ମିଶ୍ର, ଡ଼ା. ସନ୍ତୋଷ କୁମାର ବେହେରା, ପୂର୍ଣ୍ଣିମା ତ୍ରିପାଠୀ, ଲଷ୍ମୀଧର ସାହୁ, ଇଂରାଜୀ ଏବଂ ସାମାଜିକ ବିଜ୍ଞାନ ପ୍ରକଳ୍ପ ସବୁକୁ କେଶବଚନ୍ଦ୍ର…

Read More

ପିଏମ୍ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ କନଫରେନସ୍ ହଲ ଠାରେ ପିଏମ୍ ଧନଧାନ୍ୟ କୃଷି ଯୋଜନା ଓ ଜାତୀୟ ଡାଲିଜାତୀୟ ଫସଲ ମିଶନର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୃଷି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସରୋଜ ରଣସିଂହ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଜିଲ୍ଲା କୃଷି ଅସ୍ଵୀକାରୀ ଶିବନାରାୟଣ ସିଂ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଅନିଲ ସ୍ବାଇଁ ଏବଂ ବିଭିନ୍ନ ବ୍ଲକରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସ୍ୱାଇଁ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ…

Read More

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

ରଣପୁର,(ନୟାଗଡ଼ ଦର୍ପଣ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ନରସିଂହପୁର କ୍ଲଷ୍ଟରରେ ଶୁକ୍ରବାର ଦିନ ମଣ୍ଡଳ ସ୍ତରୀୟ ସୁରଭି ନରସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମ ପଂଚାୟତ ସରପଞ୍ଚ ଝୁନୁବାଳା ରଣସିଂହ, ମୁଖ୍ୟ ବକ୍ତା ଭାବେ ସମିତିସଭ୍ୟ ଗୀତାଞ୍ଜଳି ସାହୁ, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଶିକ୍ଷବିତ ବିଦେଶିନୀ ପତି, ଅଶୋକ କୁମାର ଦାଶ ଏବଂ ସମ୍ମାନିତ ଅତିଥି ଭାବେ କବି ଅଜୟ କୁମାର ପ୍ରଧାନ, ନରସିଂହପୁର ଉଚ୍ଚ ବିଦ୍ୟାଳୟ ସଭାପତି ସୁବଳ ଚରଣ ସିଂ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରୀ ବିହାରୀ ସୁବୁଦ୍ଧି, ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ ସଭାପତି ସୁନୀଲ କୁମାର ମହାନ୍ତି, ଅତିଥି ଶିକ୍ଷକ ଫକୀର ନାୟକ, ପ୍ରଶାନ୍ତ କୁମାର ରଥ ପ୍ରମୁଖ ଯୋଗ…

Read More

କଦଳୀବନ୍ଧ ରେ ପୋଷାକ ବିତରଣ ଉତ୍ସବ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ , ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର କିରାଣୀ ବିମଳ ବାରିକ, ଲକ୍ଷ୍ମଣ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମିନତୀ ଡାକୁଆ ମଞ୍ଚାସୀନ ଥିଲେ।ବିଦ୍ୟାଳୟର ପରିବେଶ ସବୁଜିମା ହୋଇଥିବା ସହିତ ଶ୍ରେଣୀ କକ୍ଷ ଗୁଡ଼ିକରେ ସ୍ୱଳ୍ପ ମୂଲ୍ୟ ଓ ଅଦରକାରୀ ଜିନିଷରେ ହାତତିଆରି ଶିକ୍ଷଣସାମଗ୍ରୀ ଓ ମଧ୍ୟାହ୍ନ ଭୋଜନ ବଗିଚା ଦେଖି ଅତିଥି ମାନେ ଖୁସି ହୋଇଯାଇଥିଲେ।ଉଚ୍ଚନୀଚ ମନୋଭାବ ଓ ଧନୀ ଗରିବ ମନୋଭାବକୁ ତ୍ୟାଗକରି ସଭିଙ୍କ ମନରେ ସମାନତା ଭାବ…

Read More