ଅବସରପ୍ରାପ୍ତ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା ସଭାରେ ସର୍ବସମ୍ମତି କ୍ରମେ ଡ. ସୁକାନ୍ତି ମହାନ୍ତି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ପ୍ରକାଶ କୁମାର ପଟ୍ଟନାୟକ ,ସମ୍ପାଦକ ରାଜକିଶୋର ନାୟକ ,ସହ ସଂପାଦକ ରବି ନାରାୟଣ ପାତ୍ର ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ,ହିସାବ ସମୀକ୍ଷକ ବୃନ୍ଦାବନ ଜେନା, ସଂଯୋଜକ ନିରଞ୍ଜନ ମହାପାତ୍ର ଏବଂ ଉପଦେଷ୍ଟା ଭାବେ ଚକ୍ରଧର ପଟ୍ଟନାୟକ, ପ୍ରସନ୍ନ କୁମାର ଦାଶ, ସୁଧୀର କୁମାର ଦାସ, ପ୍ରମୋଦ କୁମାର ମହାପତ୍ର, ବୈକୁଣ୍ଠ ନାଥ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ।

Read More

ଚିନ୍ମୟ ମିଶନ ପକ୍ଷରୁ ୧୮ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦ୍ ଭଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୮ ତାରିଖରେ ପିଟିଏସ୍‌ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଜିଲ୍ଲାସ୍ତରରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏହି ପ୍ରତିଯୋଗିତାରେ ନର୍ସରୀ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଭଗବତ ଗୀତାର ୧୫ତମ ଅଧ୍ୟାୟର ଶ୍ଳୋକ ପାଠ କରିବେ । ଏ ନେଇ…

Read More

ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପଣ୍ଡାଙ୍କ ଦ୍ଵାଦଶାହା ସ୍ମୃତିଚାରଣ ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ୍ଲ ସଙ୍ଘର ପୂର୍ବତନ ସଭାପତି ତଥା ଜିଲ୍ଲାର ଖ୍ୟାତନାମା ଆଇନଜୀବୀ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଦ୍ୱଦଶାହ ଅବସରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳମାଧଵ ହୋଟେଲ ଠାରେ ସ୍ମୃତିସଭା ଆୟୋଜିତ ହୋଇଯାଇଛି। ସ୍ମୃତି ସଭାରେ ସ୍ବର୍ଗତ ପଣ୍ଡାଙ୍କ ଘନିଷ୍ଠ ସହପାଠୀ ପୂର୍ବତନ ମନ୍ତ୍ରୀ ତଥା ଆଠଗଡ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଇଂ. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବ୍ରଜକିଶୋର ପ୍ରଧାନ, କୈଳାସ ଚନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମହାପାତ୍ର, ସ୍ବର୍ଗତ ପଣ୍ଡାଙ୍କ ସମୁଦୀ ନାରାୟଣ ମହାପାତ୍ର ପ୍ରମୁଖ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରିଵା ସହ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ…

Read More