ଆଜି ଦିନକୁ ରମା ଏକାଦଶୀ କଣ ପାଇଁ କୁହାଯାଏ

ରମା ଏକାଦଶୀ ବା ରମ୍ଭା ଏକାଦଶୀ ର ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ରହିଛି। ଏହି ଏକାଦଶୀ ପାଳନ କଲେ ଏ ଜନ୍ମ ର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ମୄତ୍ୟୁ ପରେ ବିଷ୍ଣୁ ଲୋକ ପ୍ରାପ୍ତ ହୁଏ   ବୋଲି ମାନ୍ୟତା ଅଛି।  ରମା ଏକାଦଶୀ ଦିନ ଭଗବାନ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କ ପୂଜନ ମଧ୍ୟ କରାଯାଉଥିବାରୁ ଏହାକୁ ଅତ୍ୟନ୍ତ ପବିତ୍ର କୁହାଯାଏ। ଏହି ପର୍ବ ଧନଦା ତ୍ରୟୋଦଶୀ ର ଦୁଇ ଦିନ ପୂର୍ବରୁ କାର୍ତ୍ତିକ କୄଷ୍ଣ ପକ୍ଷ ଏକାଦଶୀ ଦିନ ପଡେ। ଏହି ଏକାଦଶୀ ପାଳନ କଲେ ବାଜପେୟ ଯଗ୍ଙ୍ୟ ର ଫଳ ମିଳିଥାଏ। ll ରମା ଏକାଦଶୀ ର ପୂଜା ବିଧି ll          ରମା ଏକାଦଶୀ ପାଳନ କରୁଥିବା ଭକ୍ତ ଗୋଟିଏ ଦିନ ପୂର୍ବରୁ ନିୟମ ରେ…

Read More

ଅଗ୍ନିପଥ ଯୋଜନା ପାଇଁ ନିଯୁକ୍ତି ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ଅଗ୍ନିପଥ ଯୋଜନା ଅଧୀନରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ସେନା ନିଯୁକ୍ତି ରାଲି ୨୨ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ଵର (ଓଡିଶା)ର ସୈନିକ ସ୍କୁଲରେ ଅନୁଷ୍ଠିତ ହେବ। ନିଯୁକ୍ତି ରାଲି ସମୟରେ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା (CEE)ରୁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି। ପ୍ରାର୍ଥୀଙ୍କ ପ୍ରବେଶ ପତ୍ର ପୂର୍ବରୁ ସେମାନଙ୍କର ପଞ୍ଜିକୃତ ଇମେଲ୍ ଆଇଡିକୁ ପଠାଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାରେ ଯୋଗ ଦିଅନ୍ତୁ ୱେବସାଇଟ୍ www.joinindianarmy.nic.in ରେ ସେମାନଙ୍କର ପ୍ରୋଫାଇଲ୍‌ରେ ଲଗ୍ ଇନ୍ କରି ନିଯୁକ୍ତି ରାଲି ପାଇଁ ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ଼ କରିପାରିବେ । ଯେକୌଣସି ପ୍ରଶ୍ନ ପାଇଁ,…

Read More

ଜ୍ଯୋତି କଳସ ରଥଯାତ୍ରା ଓ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବ ସହିତ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଶୋଭାଯାତ୍ରା ଚମ୍ପତିପୁର, ଆଙ୍କୁଲିପାଟଣା, ନାଟୁଗାଁ ପରିକ୍ରମା କରି କଦଳୀବସ୍ତ ସାହିରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ଯୋତି କଳସ ରଥରେ ପରିବ୍ରାଜକ ଭାବେ ସମଗ୍ର ଓଡିଶା ରାଜ୍ଯ ପରିକ୍ରମା କରୁଥିବା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ…

Read More

ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପିସିସି ପର୍ଯ୍ୟବେକ୍ଷକ ସୁଶ୍ରୀ ସ୍ୱାଗତିକା ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୯ ତାରିଖ ସୁଦ୍ଧା ଅନ୍ୟୁନ ୧୦ହଜାର ସାଧାରଣ ଜନତା ଙ୍କ ଦସ୍ତଖତ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଅଦ୍ୟାବଧି ସମଗ୍ର ଜିଲ୍ଲାରେ ପ୍ରାୟ ୧୫ହଜାର ଦସ୍ତଖତ ସଂଗ୍ରହ କାର୍ଯ୍ୟ ଶେଷ ହୋଇଥିବା ବ୍ଲକ ସଭାପତି ଭାବେ ରିପୋର୍ଟ ଦେଇଥିଲେ। ସେହିଭଳି ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟଚୋରି…

Read More

ନଭେମ୍ବର ୩ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,  ବିଜୁ ମହାବୀର ଫୁଟ୍ ସେଣ୍ଟର, ଖୋର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନୟାଗଡଠାରେ ନଭେମ୍ବର ୩ରୁ ୭ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏହି ଶିବିରରେ  କୃତ୍ରିମ ଅଙ୍ଗ ଯଥା -ଗୋଡ଼ ଓ ହାତ ସହ ଆଶା ବାଡି ଓ  ଶ୍ରବଣ ଯନ୍ତ୍ର ମାଗଣାରେ  ଯୋଗାଇଦିଆଯିବ। ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣଙ୍କୁ ସହଯୋଗ, କରିବା ପାଇଁ  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ  ରୋଟାରୀ କ୍ଲବ ନୟାଗଡ଼ ର ସଭାପତି…

Read More

ଅକ୍ଟୋବର ୧୮ରୁ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ କନିଷ୍ଠ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବର୍ଗ ଏହିପରି ଦୁଇଟି ବିଭାଗରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ଜଣଙ୍କୁ ଅର୍ଥରାଶି ସହିତ ଟ୍ରଫି ଏବଂ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯିବ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଓପନ ଚେସ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର,…

Read More

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏ. ପି. ଜେ. ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଭାବରେ ପରିଚିତ ଭାରତରତ୍ନ ଡ. ଏ.ପି.ଜେ.ଅବଦୁଲ୍ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ନୟାଗଡ଼ ମଣ୍ଡଳ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅବସ୍ଥିତ ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷକ ସମାଜ, ସାମାଜିକ ଅନୁଷ୍ଠାନ ଓ ଶିକ୍ଷା ବିଭାଗ ତରଫରୁ ଦୀପଧୂପ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ତ୍ରିଲୋଚନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଜିଲ୍ଲା ଲେଖକ ପରିଷଦର ସଂପାଦକ ତଥା ଶିକ୍ଷକ ନେତା ଶେଖ୍ ଅବଦୁଲ୍ ଖାଲିକ୍, ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର, ମାଣିକେଶ୍ଵର…

Read More

ବାଉଁଶିଆ ଚୋରୀର ପଦ୍ଦାର୍ଫାସ, ଦୁଇ ଗିରଫ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ଶରଣକୁଳ ନିକଟବର୍ତ୍ତୀ  ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚଳିତ ମାସ ୮ ତାରିଖର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ। ଶ୍ରୀ ରଥ ଥାନାରେ ଆସି ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନା କେସ ନଂ ୨୨୧/ତା ୮.୧୦.୨୫ ରିଖ ରେ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରୀ ରଖିଥିଲା।ଆଜକୁ ଦୁଇମାସ ଧରି ଚୋରମାନେ ବାଉଁଶିଆ ଗ୍ରାମର ୧୦ ଜଣଙ୍କ ଘରୁ ଚୋରି କରିଥିଲେ। ଚୋରମାନଙ୍କ ପ୍ରାଦୃର୍ଭାବ ଏହି ବାଉଁଶିଆ ଗ୍ରାମରେ ବଢ଼ି ଚାଲିଥିଲା। ସେହିଦିନ ଠାରୁ ଶରଣକୁଳ ପୋଲିସ ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା।  ଆଜି ଶରଣକୁଳ…

Read More

କ୍ଲଷ୍ଟର୍ ସ୍ତରୀୟ ସୁରଭି ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ମଶାବାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଶାବାରୀ କ୍ଲଷ୍ଟର୍ ସିଆରସିସି ଯଶୋବନ୍ତ ପଟ୍ଟନାୟକଙ୍କ ପରିଚାଳନାରେ ଶିଶୁମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କ୍ଲଷ୍ଟର୍ ଅନ୍ତର୍ଗତ ଚାରିଟି ପଞ୍ଚାୟତର ଚଉଦଟି ବିଦ୍ୟାଳୟରୁ ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଏକଶହ ପଚାଶ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଶିକ୍ଷାବିତ୍ ଦାମୋଦର ଖିଲାର, ସାରସ କୁମାର ମିଶ୍ର, ପ୍ରଦୀପ୍ତ କୁମାର ନାୟକ,ଡ.ସ୍ୱରୂପ ରଞ୍ଜନ ମିଶ୍ର, ଡ.ଦେବୀପ୍ରସାଦ ପଣ୍ଡା, ସଂଗୀତ ଶିକ୍ଷକ ସବ୍ୟସାଚୀ ମିଶ୍ର, ବିଶିଷ୍ଟ କଳାକାର ପଞ୍ଚାନନ ସାହୁ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ କରିଥିଲେ। ସୁରଭି କାର୍ଯ୍ୟକ୍ରମର ଦଳଗତ ନୄତ୍ୟ ଦେଖିବାକୁ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଜମିଥିଲା।ଉକ୍ତ କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ମହାନ୍ତି,ସିଆରସିସି ନରେଶ ପାଣିଗ୍ରାହୀ,ମଶାବାରୀ…

Read More

ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ନୟାଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ  ଜିଲ୍ଲା ସଦର ମହକୁମାରସ୍ଥିତ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ  ରବିବାର ପାଳିତ ହୋଇ ଯାଇଛି। ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପଣ୍ଡା ସଭାରେ  ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଭୁବନେଶ୍ୱରର ପୂର୍ବତନ ସାଧାରଣ ସମ୍ପାଦକ ନରସିଂହ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ସଂସ୍କୃତ ଭାଷାର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ଦେଇଥିଲେ।  ସମ୍ମାନିତ ଅତିଥି ଭାବେ ଜିଲ୍ଳାର ବରିଷ୍ଠ ସଂସ୍କୃତ ଶିକ୍ଷକ ମନମୋହନ ଚମ୍ପତି, କୋଷାଧ୍ୟକ୍ଷ ଶ୍ରୀହର୍ଷ ମହାପାତ୍ର  କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ସାହୁ  ସଂସ୍କୃତ ଭାଷାର ସୁରକ୍ଷା ଏବଂ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଗଠନକୁ ସୁଦୃଢ଼ କରିବା ପାଇଁ  ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉଦ୍ଦେଶ୍ୟରେ…

Read More