ନୟାଗଡ ଜିଲ୍ଲା ଚାଷୀକୂଳଙ୍କୁ ସାର ଯୋଗାଇବାରେ ମୋହନ ସରକାର ବିଫଳ ଚାଷୀଙ୍କୁ କେପିଆର ସୁପର ନକଲି ସାର ବିକ୍ରି ହେଉଛି : କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଲକ୍ଷାଧିକ ଚାଷୀକୂଳଙ୍କୁ ଧାନ ରୋଇବାର ୨୧ଦିନ ଭିତରେ ବିଜେପି ସରକାର ଆବଶ୍ୟକୀୟ ସାର ଯୋଗାଇବାରେ ବିଫଳ ହୋଇଥିବାର ସୁଯୋଗ ନେଇ ଘରୋଇ ସାର ବିତରକ ସଂସ୍ଥାମାନେ ସାର ଅଭାବୀ ବିକ୍ରି ଆଳରେ ମାତ୍ରାଧିକ କଳାବଜାରୀ କରି ୟୁରିଆ ବସ୍ତା ପ୍ରତି ୯୦୦ ଟଙ୍କାରେ ଖୋଲା ବିକ୍ରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଏଥିପାଇଁ ନୟାଗଡ ଜିଲ୍ଲାପାଳ ଦାୟୀ ବୋଲି କଂଗ୍ରେସ ନୟାଗଡ ବିଧାୟକ ପ୍ରାର୍ଥୀ କହିଛନ୍ତି। ଜିଲ୍ଲାରେ ଗତ ଅଗଷ୍ଟ ମାସରେ କେପିଆର ସୁପର ସାର ଯାହାର ଗୁଣବତ୍ତା ନମୁନା ପରୀକ୍ଷାରେ ଫେଲ ହୋଇ ତାହାର ବିକ୍ରି ନିଷିଦ୍ଧ ହୋଇଛି ସେହି ନକଲି ସାର ନୟାଗଡ…
Read MoreDay: September 11, 2025
ଅଧିକାର ମିତ୍ରଙ୍କ ଦ୍ୱାରା ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର
ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇଦିନ ଧରି ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଅଧିକାର ମିତ୍ରମାନଙ୍କୁ ନେଇ ଦୁଇ ଦିନରେ ନୟାଗଡ଼, ଖଣ୍ଡପଡା, ଭାପୁର, ଗଣିଆ, ଦଶପଲ୍ଲା, ନୂଆଗାଁ, ଓଡଗାଁ, ରଣପୁର ବ୍ଲକର ସହର ବଜାର ଓ ପଂଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାର ପତ୍ର ଏବଂ ଡାକଵାଜି ଯନ୍ତ୍ର ମାଧ୍ୟମରେ ଆସନ୍ତା ତେର ୧୩ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି ବୋଲି ପ୍ରଚାର କରିଛନ୍ତି। ଅଧିକାର ମିତ୍ର କର୍ମୀମାନେ ଜନସାଧାରଣଙ୍କ ନିକଟକୁ ଯାଇ ଲୋକ ଅଦାଲତ କଣ, ସେ ସମ୍ପର୍କ ରେ ବୁଝାଇ ବାକୁ ଯାଇ କହିଛନ୍ତି କୋର୍ଟ କଚେରୀ ରେ ବିଚରା ଧୀନ…
Read Moreସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱଚ୍ଛ ନାରୀ ଓ ସଶକ୍ତ ପରିବାର ଅଭିଯାନର” ବୈଠକ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ସ୍ୱଚ୍ଛ ନାରୀ ଓ ସଶକ୍ତ ପରିବାର ଅଭିଯାନର” ବୈଠକ ଅନୁଷ୍ଠିତ ହେଇଥିଲା। ଏହି ଅଭିଯାନର ଆରମ୍ଭ ୧୭ ସେପ୍ଟେମ୍ବର ୨୦୨୫ ରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ଲୋକ ଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲା କୁ ରାଜ୍ୟ ସ୍ଥର ରେ ଏକ ଉତ୍ତମ ସ୍ଥାନ ରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ର ଉପସ୍ଥିତ ଥିବା ଅଧିକାରୀ ଏବଂ ଅନ୍ୟ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ସମସ୍ତ ବୟସ୍କର ମହିଳାମାନଙ୍କ ସ୍ବାସ୍ଥ୍ୟସେବା ପ୍ରଦାନ ତଥା 1. ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ (Primary Health Screening):o ପ୍ରତ୍ୟେକ ବ୍ଲକ ଶିବିର ଆୟୋଜନ କରି ସ୍ୱାସ୍ଥ୍ୟ ଯାଞ୍ଚ ଏବଂ…
Read More