ରୋଟାରୀ କ୍ଳବ୍ ନୟାଗଡ଼ରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବର ସଭାପତି ରୋଟାରିଆନ୍ ବସିରନ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ ବୋଲି କହିଥିଲେ। ସମ୍ମାନିତ ଅତିଥି  ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଚିତ୍ତରଂଜନ ପାଣ୍ଡେ ଯୋଗ ଦେଇ ଶିକ୍ଷକ ମାନେ ହେଉଛନ୍ତି ଛାତ୍ରଛାତ୍ରୀ ମାନଙ୍କର ଦ୍ବିତୀୟ ଅଭିଭାବକ। ଅନ୍ଯ ପେଶାର ମଣିଷଟିଏ ଭୁଲ୍ କଲେ ଚଳିବ କିନ୍ତୁ ଜଣେ ଶିକ୍ଷକ ଭୁଲ୍ କଲେ ଚଳିବନି। କାରଣ…

Read More