ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ସଭାକକ୍ଷରେ ପ୍ରାକ୍ତନ ଶିକ୍ଷକ, ଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ଷୀୟାନ ଶିକ୍ଷକ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ପ୍ରାକ୍ତନ ଛାତ୍ର ବିଶ୍ଵନାଥ ମହାପାତ୍ର। ଅଧ୍ୟାପିକା ନୀଳିମା ନନ୍ଦ ସର୍ବପ୍ରଥମେ ଗୁରୁବନ୍ଦନା ପାଠ କଲାପରେ ଗୁରୁଜୀଙ୍କ ଶତାଧିକ ପୁରାତନ ଛାତ୍ରଛାତ୍ରୀ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁ ପ୍ରଣାମ କରିଥିଲେ। ଅତିଥିଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁ ଶିଷ୍ୟ ସମ୍ପର୍କର ପବିତ୍ର ବନ୍ଧନ, ଗୁରୁ ପୂଜନର ମହନୀୟ ପରମ୍ପରା ଓ…
Read MoreDay: September 7, 2025
ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା, ଅମୁଲ୍ୟ ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତିଙ୍କ ପରଲୋକରେ ଆଜି ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଏହି ସଭାରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ଅମୁଲ୍ୟ ମହାନ୍ତି ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ହୋଇଥିଲେ ବି ସେ ନିଜକୁ ସର୍ବଦା ନୟାଗଡ଼ିଆ ବୋଲି…
Read More